ବିଶ୍ଵ ରକ୍ତ ଦାତା ଦିବସ ରେ ରକ୍ତ ଦାନ ଶିବିର ଆୟୋଜନ କରିବା ପାଇଁ ପ୍ରସ୍ତୁତି ବୈଠକ

0
86
ବିଶ୍ଵ ରକ୍ତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୦୫) : ସୁବର୍ଣ୍ଣପୁର ଜିଲ୍ଲାର ମାରୱାଡ଼ି ଯୁବ ମଞ୍ଚ ସୁବର୍ଣ୍ଣପୁର ତରଫରୁ ଭଗବତୀ ପ୍ଲଟ ସ୍ଥିତ ଉଗ୍ରସେନ ଭବନ ପରିସରରେ ବିଶ୍ଵ ରକ୍ତ ଦାତା ଦିବସ ଅବସରରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ବିଶ୍ଵ ରକ୍ତ ଦାତା ଦିବସ ଜୁନ ୧୪ ରେ ରକ୍ତ ଦାନ ଶିବିର ଆୟୋଜନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଜିଲ୍ଲା ମାରୱାଡ଼ି ଯୁବ ମଞ୍ଚ ସଭାପତି ଅମିତ୍ ଅଗ୍ରୱାଲ ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମାରୱାଡ଼ି ଯୁବ ମଞ୍ଚ ସଭାପତି ପରାଗ ଅଗ୍ରୱାଲ, ଉପ ସଭାପତି ରାକେଶ ଅଗ୍ରୱାଲ ରାଜ୍ୟ ସ୍ତରରେ ଜୁନ ୧୧ ରୁ ୧୮ ତାରିଖ ପର୍ଯ୍ୟନ୍ତ ରେକର୍ଡ ରକ୍ତ ଦାନ ଶିବିର ଆୟୋଜନ କରି ରାଜ୍ୟ ରେ ଦେଖା ଦେଉଥିବା ରକ୍ତ ଅଭାବକୁ ଦୃଷ୍ଟି ରେ ରଖି ସାରା ଜିଲ୍ଲାରେ ପାଞ୍ଚ ଟି ମେଗା ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଯୋଜନା କରାଯାଇଥିଲା ।

ଜିଲ୍ଲା ରକ୍ତ ସଂୟୋଜକ ମନୋଜ୍ ପଣ୍ଡା ଙ୍କୁ ସ୍ଵତନ୍ତ୍ର ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇ ଥିଲା l ନୂତନ ଭାବେ ଆସିଥିବା ଅକ୍ସିଜନ ମେସିନ କୁ ଲୋକଂକ ସେବା ସକାଶେ ଉଦଘାଟନ କରା ଯାଇ ଥିଲା । ସେହିପରି ଆଗାମୀ ଜୁନ୍ ୫ ରେ ପର୍ୟାବରଣ ଦିବସ ରେ ବୃକ୍ଷ ରୋପଣ ଓ ଜୁନ ୨୧ ରକ୍ତ ଦାନ ଶିବିର ଆୟୋଜନ କରିବା ପାଇଁ ଯୋଜନା କୁ ବିସ୍ତାର ରୂପେ ଆଲୋଚନା କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ମାରୱାଡ଼ି ଯୁବ ମଞ୍ଚ ର ମାର୍ଗଦର୍ଶକ ମନୋଜ୍ ଅଗ୍ରୱାଲ, ନନ୍ଦଳାଲ ଅଗ୍ରୱାଲ, ଆଶିଷ ଅଗ୍ରୱାଲ, ମୁନି ଅଗ୍ରୱାଲ, କବିତା ଅଗ୍ରୱାଲ, ରମାଦେବୀ ଅଗ୍ରୱାଲ ଓ ସମସ୍ତ ମାରୱାଡ଼ି ଯୁବ ମଂଚ ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଯୁବ ମଞ୍ଚ ର ସମ୍ପାଦକ ଅଙ୍କିତ ଅଗ୍ରୱାଲ ସମସ୍ତ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ l