ଟ୍ରକ ବୋଲେରୋ ଧକ୍କା ରେ ଦୁଇ ମୃତ, ଦୁଇ ଗୁରୁତର

0
90
ଟ୍ରକ ବୋଲେରୋ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୪/୦୫) : ଟ୍ରକ ବୋଲେରୋ ଧକ୍କା ରେ ଦୁଇ ମୃତ, ଦୁଇ ଗୁରୁତର l ଭୟଙ୍କର ସଡକ ଦୁର୍ଘଟଣା । ଜଣେ ପୋଲିସ କର୍ମଚାରୀ ସମେତ ଡ୍ରାଇଭର ମୃତ lWhatsApp Image 2023 05 24 at 12.11.05 ଟ୍ରକ ବୋଲେରୋ ଧକ୍କା ରେ ଦୁଇ ମୃତ, ଦୁଇ ଗୁରୁତର

ମର୍ମତୁନ୍ତ ସଡ଼କ ଦୁର୍ଘଟଣା । ଛାତିଥରା ଦୃଶ୍ୟ । ଆଉ ୧୫ କିମି ଯାଇଥିଲେ ପହଞ୍ଚିଥାନ୍ତେ ପୋଲିସ କାର୍ଯ୍ୟଳୟରେ । କମଲପୁର ନିକଟରେ ଟ୍ରକ ବୋଲେରୋ ମଧ୍ୟରେ ଧକ୍କା, ଦୁଇ ମୃତ ଦୁଇ ଗୁରୁତର । ବୌଦ୍ଧ ଜିଲ୍ଲା ଦେଇଯାଇଥିବା ଜାତୀୟ ରାଜପଥ ୫୭ ର ବୌଦ୍ଧ ଥାନା କମଲ୍ପୁର ନିକଟରେ ଆଜି ଭୋର୍ ସକାଳ ୪ ଘଣ୍ଟା ସମୟରେ ଏକ ଟ୍ରକ ଓ ବଳେରୋ ମଧ୍ୟରେ ମୁଂହାମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁନୀ ଥାନା ପୋଲିସ ଏକ ବଲେରୋ OD 03 E 5163 ଏକ ବ୍ୟକ୍ତିଗତ ବଲେରୋ ଯୋଗେ କଟକ ଅଞ୍ଚଳକୁ ଏକ ୱାରେଣ୍ଟିର ସନ୍ଧାନରେ ଯାଇ ଫେରୁଥିବା ବେଳେ ସୋନପୁର ପଟରୁ ଆସୁଥିବା ଏକ ମାର୍ବଲ ବୋଝେଇ ଟ୍ରକ OD 25 M 0095 ସହ କମଳପୁର ନିକଟରେ ମୁଂହାମୁହିଁ ଧକ୍କା ହୋଇଥିଲା ।

ଫଳରେ ବଲେରୋ ଡ୍ରାଇଭର ବାଉଂଶୁନି ଗଡଭିତରର ପ୍ରଶାନ୍ତ ରଣା ଓ ଗାଡିରେ ବସିଥିବା ହୋମ ଗାର୍ଡ ଜଗନ୍ନାଥ ମେହେରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ବାଉଂଶୁଣି ଥାନାର ଏ ଏସ ଆଇ ନାଗରାଜ ପ୍ରଧାନ ଓ ହୋମଗାର୍ଡ ସୁଶାନ୍ତ ସାହୁ ଗୁରୁତର ଆହତ ହୋଇଛନ୍ତି ।ଅନ୍ୟଜଣେ କନେଷ୍ଟବଳ ଉଦୟନାଥ ଜାନି ସାମାନ୍ୟ ଆହତ ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ପ୍ରଥମେ ବୌଦ୍ଧ ଓ ପରେ ବୁର୍ଲ୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବାଉଂଶୁଣୀ ପୋଲିସ ଓ ବୌଦ୍ଧ ପୋଲିସ ପହଞ୍ଚି ଘଟଣା ର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।