ମଇ ୨୯, ଜୀ-ସାର୍ଥକ ସଂସାରର ସବୁ ଧାରାବାହିକରେ ସବୁଠାରୁ ବଡ଼ଦିନ

0
85
ମଇ ୨୯

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୨୪/୦୫) : ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକ ମାନଙ୍କ ମନୋରଞ୍ଜନ କରିଆସିଛି ।

ସେଥିପାଇଁ ମଇ ୨୯, ଜୀ-ସାର୍ଥକ କରୁଛି, ଜୀ-ସାର୍ଥକ ସଂସାରର ସବୁଠାରୁ ବଡ଼ଦିନ, ଜୀ-ସାର୍ଥକ ସହିତ ଜଡ଼ିତ ରୁହନ୍ତୁ କାରଣ ଚ୍ୟାନେଲର ସମସ୍ତ ମେଗା ଧାରାବାହିକରେ ରହିବ ବଡ଼ ଧରଣର ମନୋରଞ୍ଜନ l ସନ୍ଧ୍ୟା ୬:୩୦ରେ ‘ମୁଁ ବିବିଜୟୀନି’ ଯେଉଁଥିରେ ଦେଖିବେ, କାହ୍ନା ଓ ରାଧିକାର ବାହାଘରରେ ରାଧିକା ନିଖୋଜ ଅଛି ତେବେ ଦେବିକା ଓ ସ୍ତୁତି କେମିତି ଖୋଜିବେ ରାଧିକାକୁ, କ’ଣ କରିବେ ? ସେହିପରି ୭ଟାରେ ‘ଝିଲ୍ଲୀରେ ଦେଖିବେ, ଝିଲ୍ଲୀ ଓ ଟିନା ମଧ୍ୟରେ ହେବ ଏକ ହେଲ୍ଦି କିଚେନ୍ସ ପ୍ରତିଯୋଗିତା, ତେବେ ଏଇ ପ୍ରତିଯୋଗିତାରେ କାହାର ହେବ ଜିତ୍ ??? କଣ କରିବ ଝିଲ୍ଲୀ ? ୭:୩୦ରେ ଦେଖିବେ ‘ସୁନାଝିଅ’, ଆରମ୍ଭ ହୋଇଛି ଶାଶୁ ବୋହୂଙ୍କ ଲଢେଇ ଓ ପ୍ରଥମ ଥର ପାଇଁ ପ୍ରିୟା ଭବାନୀକୁ ଜେଲ୍ ପଠାଇବାକୁ ସଫଳ ହୋଇଛି ହେଲେ କେମିତି ?

୮ ଟାରେ ଦେଖିବେ ‘ସାଥିରେ’, ଧାରା ସାମନାକୁ ଆସିଛି ପ୍ରକୃତ ଖଳନାୟକ ଇନ୍ଦ୍ରାଣୀ ର ଅସଲ ଚେହେରା l ଧାରା ଅମ୍ବରକୁ ଇନ୍ଦ୍ରାଣୀ ବିଷୟରେ ଯେତେ କହିଲେବି ଅମ୍ବର ଏହାକୁ ମାନୁନାହିଁ ଓ ଧାରାକୁ ବିଶ୍ବାସ କରୁନାହିଁ । ଏବେ କେମିତି ଶାସ୍ତି ଦେବା ଧାରା ଇନ୍ଦ୍ରାଣୀକୁ ? ୮:୩୦ରେ ‘ତୁ ଖରା ମୁଁ ଛାଇ’ରେ ଦେଖିବେ ହଠାତ୍ ମାନିନୀ ସନ୍ଦେହ କରୁଛି, ଏଜେ ନିଜ ପ୍ରଥମ ସ୍ତ୍ରୀର ହତ୍ୟା କରିଛନ୍ତି ବୋଲି ହେଲେ କାହିଁକି ଏମିତି କଣ କରିଛି ଏଜେ ? ମାନିନୀ କଣ ସତର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିବ ? ୯ଟାରେ ଦେଖିବେ ‘ଖୁସିର ଛୁଙ୍କ’ରେ ଖାଇବା ଓ ଖୁଆଇବା ପାଇଁ ପସନ୍ଦ କରୁଥିବା ଏକ ଚୁଲବୁଲି ଝିଅ ଖୁସିର ନିଜ ସିନ୍ଦୂରକୁ ଫେରି ପାଇବାର ଚେଷ୍ଟା । କରନ୍ କୁ ଖୋଜିବାକୁ ପୁରୀରୁ ରଜତ ସହିତ ଭୁବନେଶ୍ବର ଆସିଛି ଖୁସି କିନ୍ତୁ ଭୁବନେଶ୍ବର ଆସିବା ପରେ ସେ ଫସି ଯାଇଛି ରଜତର ଚାଲ୍ ରେ ।

ଏଇସବୁ ବାଧାବିଘ୍ନକୁ ପାର୍ କରି କଣ ଖୁସି ଫେରେଇ ଆଣିପାରିବ ନିଜ ସହିତ ନିଜ ସିନ୍ଦୂରକୁ? ଜାଣିବାପାଇଁ ଦେଖନ୍ତୁ ୧ ଘଣ୍ଟାର ମହା ଅଧ୍ୟାୟ l ଏମିତି ବହୁ ବଡ଼ ବଡ଼ ସସପେନ୍ସ ଓ ପରିବର୍ତ୍ତନ ଦେଖିବେ ଜୀ-ସାର୍ଥକ ସମସ୍ତ ମେଗା ଧାରାବାହିକ ରେ l ଆଜି ଠାରୁ ଆପଣଙ୍କ ସବୁ କାମ ସାରି ପ୍ରସ୍ତୁତ ରୁହନ୍ତୁ ମଇ୨୯, ରେ ଜୀ-ସାର୍ଥକ ର ସବୁ ଠାରୁ ବଡ଼ ଦିନ ପାଇଁ l ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ କିଛି ନୂଆ ଦେଖାଇବାକୁ ଚେଷ୍ଟା କରିଥାଏ l ଏଥର ଜୀ-ସାର୍ଥକ ଏହି ବଡ଼ ଦିନ ରେ ସମସ୍ତ ମେଗା ଧାରାବାହିକରେ ସସପେନ୍ସ କାହାଣୀ ସବୁ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ-ସାର୍ଥକ ଚ୍ଯାନେଲ ଚିଫ୍ ଅଫିସର ପ୍ରତୀକ ସିଲ୍ ।