ଜୀବିକା ମିଶନ ତରଫରୁ ଚାଲୁଥିବା ବିୟୁଟି ସେଣ୍ଟର ବନ୍ଦ

0
110
ଜୀବିକା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୫) : କାଶୀନଗର ବ୍ଲକ ଛକ ଠାରେ ଜୀବିକା ମିଶନ ଶକ୍ତି ତରଫରୁ ଏକ ବିୟୁଟି ସେଣ୍ଟର ଖୋଲା ଯାଇ କିଛି ଦିନ ତାହା ଚାଲୁ ହେବା ପରେ କୌଣସି ଅନିବାର୍ଯ୍ୟ କାରଣ ହେତୁ ବନ୍ଦ ହୋଇ ଯାଇଥିଲା l

ଜୀବିକା ମିଶନ ତରଫରୁ ଚାଲୁଥିବା ବିୟୁଟି ସେଣ୍ଟର ବନ୍ଦ ହୋଇ ଯାଇଛି l ବୁଦୁରା ପଞ୍ଚାୟତର ଏକ ସ୍ୱୟଂ ସାହାୟକ ମହିଳା ଗୃପ ସେହି ବିୟୁଟି ସେଣ୍ଟର ଖୋଲିବା ନିମନ୍ତେ ଓଡିଶା ଲାଇଭହୁଡ ମିଶନ ଜରିଆରେ ଦୁଇ ଲକ୍ଷ (ସି ଏ ଏଫ) ଋଣ ନେଇ ଆରମ୍ଭ କରି ପରିଚାଳନା କରବା ନିମନ୍ତେ ଦାୟିତ୍ୱ ନେଇଥିଲେ l କିନ୍ତୁ ପରିଚାଳନା ଗତ ତ୍ରୁଟି ହେଉ କିମ୍ବା ସମୀକ୍ଷା ଅବାଭ ହେତୁ ହେଉ କିନ୍ତୁ ବିୟୁଟି ସେଣ୍ଟର ବନ୍ଦ ହୋଇଛି l ସେମାନେ କାହିଁକ ଆସି ଖୋଲୁ ନାହାନ୍ତି ଏ ବିଷୟ ନେଇ ସ୍ଥାନୀୟ ଅଧିକାରୀଙ୍କୁ ବୁଝିବାରୁ ଏ ବିଷୟ ମୋ ଗୋଚରକୁ ଆସି ନ ଥିଲା ବର୍ତମାନ ମୁଁ ସଂଶ୍ଲିଷ୍ଟ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଖୁବ ଶୀଘ୍ର ବିୟୁଟି ସେଣ୍ଟର ଖଲିବା ପାଇଁ ପଦକ୍ଷେପ ନେବି ବୋଲି କହିଥିଲେ l ଖୋଦ ସହର ର ହୃଦୟ ଉପରେ ଠିଆ ହୋଇଥିବା ଏହି ସେଣ୍ଟର ବନ୍ଦ ହେବା ନୈରାଶ୍ୟ ସୃଷ୍ଟି କରିଛି l