ଜିଲ୍ଲାବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ

0
81
ଜିଲ୍ଲାବରିଷ୍ଠ ନାଗରିକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୭/୦୫) : ସୁବର୍ଣ୍ଣପୁର ଶ୍ରୀ ଗୋପାଳଜୀ ଯୋଗାଳୟ ଠାରେ ଜିଲ୍ଲାବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l

ଜିଲ୍ଲାବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗ ଦେଇ ବରିଷ୍ଠ ନାଗରିକ ମାନେ ସମାଜ ପାଇଁ କେବେ ଅଲୋଡ଼ା ନୁହନ୍ତି ବୋଲି ମତ ରଖି ସମାଜ ପ୍ରତି ଥିବା ଆପଣ ମାନଙ୍କ ଅନେକ ଦାୟିତ୍ୱ କର୍ତ୍ତବ୍ୟ ସବୁ କୁ ଠିକ ଭାବେ ନିଭାଇବାକୁ ପରାମର୍ଶ କରିଥିଲେ l ସଭାପତି ଡ଼. ଜ୍ୟୋତି ରଞ୍ଜନ ବହିଦାର ସଭା ରେ ସଭାପତିତ୍ୱ କରି ଜିଲ୍ଲା ର ପ୍ରତ୍ୟକ ଉନ୍ନ୍ନୟନ ମୂଳକ କାର୍ଯ୍ୟ ପାଇଁ ବରିଷ୍ଠ ନାଗରିକ ଙ୍କ ସହିତ ମତ ଓ ପରାମର୍ଶ ଗ୍ରହଣ କରିବାକୁ ଓ ମେଡିକାଲ, ବ୍ୟାଙ୍କ ରେ ଏମାନଙ୍କୁ ସ୍ୱତନ୍ତ୍ର ଅଗ୍ରାଧିକାର ଦିଅl ଯିବାକୁ ଦାବି ଉପସ୍ଥାପନା କରିଥିଲେ l

ସମ୍ମାନିତ ଅତିଥି ଭାବେ ଗୋରେଖ ନାଥ ସାହୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଆର୍ତ୍ତ ତ୍ରାଣ ବାବୁ ଯୋଗ ଦେଇ ଜିଲ୍ଲା ରେ ଶତାୟୁ ନାଗରିକ ଙ୍କୁ ଚି଼ହ୍ନଟ କରି ସମ୍ବର୍ଦ୍ଧିତ କରାଯିବାକୁ ଏବଂ ସରକାରୀ ସୁବିଧା ରୁ ବଞ୍ଚିତ ଥିବା ଗ୍ରାମାଞ୍ଚଳ ର ସମସ୍ତ ବରିଷ୍ଠ ନାଗରିକ ଙ୍କ ପାଇଁ ସବୁ ସୁବିଧା ଯୋଗାଇବା ର ଉଦ୍ୟମ ଆରମ୍ଭ କରିବାକୁ ଆଜିର ଦିନ ରେ ଆମେ ସଂକଳ୍ପ ନେବା ବୋଲି ମତ ରଖିଥିଲେ l ୮୦ ରୁ ଉର୍ଧ୍ଵ ୫ ଜଣ ବରିଷ୍ଠ ନାଗରିକ ଙ୍କୁ ଏହି ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇ ଥିଲା l ଶେଷରେ ପ୍ରଦୀପ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l