ଜୁଲାଇ ୫ ତାରିଖ ଯାଏ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା

0
100
ଜୁଲାଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୯/୦୫) : ଆଜିଠୁ ଯୁକ୍ତ ୨ ଆବେଦନ ପ୍ରକ୍ରିୟା ଆରମ୍ଭ । ସାମସ୍ ପୋର୍ଟାଲରେ ଅନଲାଇନ୍ ଆବେଦନ କରିବେ ଛାତ୍ର ଛାତ୍ରୀ । ଜୁନ୍ ୨୦ ତାରିଖ ଯାଏଁ www.samsodisha.gov.in ରେ ଛାତ୍ରଛାତ୍ରୀ କରିପାରିବେ ଆବେଦନ । ଜୁଲାଇ ୫ ତାରିଖ ଯାଏଁ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା ।

ପରେ ଜୁଲାଇ ୧୩ ତାରିଖରେ ପ୍ରକାଶ ପାଇବ ଦ୍ଵିତୀୟ ମେରିଟ୍ ଲିଷ୍ଟ । ଜୁଲାଇ୧୪ ରୁ ୧୭ ଯାଏଁ ହେବ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା । ୧୯ ତାରିଖରେ ବାହାରିବ ସ୍ପଟ୍ ଆଡ଼ମିଶନ ପାଇଁ ତାଲିକା । ୧୯ ରୁ ୨୧ ତାରିଖ ଅନ୍ ଲାଇନରେ ଚଏସ ଲକିଂ । ୨୬ ରେ ସ୍ପଟ୍ ଆଡ଼ମିଶନ । ଜୁଲାଇ ୨୯ ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢା । ଜୁନ ୨୮ ରେ ପ୍ରକାଶ ପାଇବ ପ୍ରଥମ କଟ ଅଫ ବା ମେରିଟ ତାଲିକା । ତେବେ ଚଳିତ ବର୍ଷ ମାଟ୍ରିକ ପାସ ହାର ଅଧିକ ରହିଥିବାରୁ କଟ୍ ଅଫ୍ ମାର୍କକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ିଛି ଚିନ୍ତା ।