ପୋଖରୀ ରୁ ଉଦ୍ଧାର ହେଲା ବିରାଟ କାୟ ଅଜଗର

0
85
ହେଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୨୯/୦୫) : ପାଣି ଭିତରୁ ବିରାଟ କାୟ ଅଜଗର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସୁଲେଇ ଗାଁ’ର ଏକ ପୋଖରିରୁ ଏକ ଅଜଗରକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନର କର୍ମକର୍ତ୍ତା ।

ନିର୍ଭିକ ଭାବରେ ପାଣିରେ ବୁଡି ପୋଖରୀ ରୁ ଉଦ୍ଧାର ହେଲା ବିରାଟ କାୟ ଅଜଗର କୁ ଉଦ୍ଧାର କରିଥିବା ଜଣା ପଡିଛି ଦାସିଆ ସ୍ନେକ ରେସକ୍ୟୁରେ କାମ କରୁଥିବା ପ୍ରସାନ୍ତ ନାମକ ଜଣେ ଯୁବକ ଏହି ଅଜଗରକୁ ଉଦ୍ଧାର କରିଛନ୍ତି । ଅଜଗର ପୋଖରିରେ ଥିବାରୁ ଲୋକେ ଗାଧୋଇଵାକୁ ଭୟ କରୁଥିଲେ । ଏ ନେଇ ସ୍ନେକ ରେସକ୍ୟୁ ଟିମକୁ ସୂଚନା ଦେଇଥିବାବେଳେ ଅଜଗରକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛଡା ଯାଇଥିବା ଜଣା ପଡିଛି ।