ଦୁଇଶହ ରୁ ଉର୍ଦ୍ଧ ପରିବାର ଚାଉଳ ପାଇବାରୁ ବଞ୍ଚିତ

2
94
ଦୁଇଶହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୦୫/୦୬) : ଦୁଇଶହ ରୁ ଉର୍ଦ୍ଧ ପରିବାର ଚାଉଳ ପାଇବାରୁ ବଞ୍ଚିତ । କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ ସଂମ୍ପୂର୍ଣ୍ଣ ମାଗଣାରେ ମୁଣ୍ଡ ପିଛା ୫ କେଜି ଚାଉଳ ଦେଉଛନ୍ତି । ହେଲେ ଏଠି ଗରିବଙ୍କ ଚାଉଳ କୁ ନେଇ ବିଭାଗୀୟ ଅଧିକାରୀ ହେଉଛନ୍ତି ମାଲେମାଲ୍ ।

ଆଉ ଗରିବ ଲୋକଟିଏ ପଞ୍ଚାୟତ କୁ ଚାଉଳ ନେବାକୁ ଆସି ଏହି ଡହଡହ ଖରାରେ ହନ୍ତସନ୍ତ ହେଉଛନ୍ତି । ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଳକ୍ ଅଧିନରେ ବଡସାହି ପଞ୍ଚାୟତରେ ଦେଖିବାକୁ ମିଳିଛି । ତେବେ ସୂଚନା ମୁତାବକ ଚଳିତବର୍ଷ ଏପ୍ରିଲ, ମେ,ଜୁନ୍ ତିନି ମାସର ଚାଉଳ ଆଜିକୁ ୧୫ ଦିନ ପୂର୍ବରୁ ୧୩ ଟି ୱାର୍ଡ ରୁ ୧୨ ଟି ୱାର୍ଡ ର ଲୋକମାନଙ୍କୁ ଚାଉଳ ଦିଆଯାଇଥିଲା । ମାତ୍ର ବଡସାହି ପଞ୍ଚାୟତର ହେଡ୍ କ୍ବାଟର ଅଧିନରେ ଥିବା ଏହି ୧ ନମ୍ବର ୱାର୍ଡ ର ଦୁଇଶହ ରୁ ଉର୍ଦ୍ଧ ପରିବାର ଚାଉଳ ପାଇବାରୁ ବଞ୍ଚିତ ହୋଇ ପଞ୍ଚାୟତ ଓ ବ୍ଳକ୍ ଧାଇଁ ଧାଇଁ ନୟାନ୍ତ ହେଲେଣି । କିନ୍ତୁ ଏମାନେ ଚାଉଳ ପାଇପାରୁ ନାହାଁନ୍ତି ।

ତେବେ କଣ ପାଇଁ ଚାଉଳ ଦେବାରେ ବିଳମ୍ବ ହେଉଛି ସେ ସମ୍ପର୍କରେ ଜାଣିବା ପାଇଁ ବଡସାହି ବିଡିଓ ଙ୍କ ନିକଟରେ ହିତାଧିକାରୀ ମାନେ ପହଞ୍ଚି ସେମାନଙ୍କ ଦୁଃଖ ଜଣାଇଥିଲେ ଏବଂ ଲୋକମାନଙ୍କ ଅଭିଯୋଗ କୁ ଶୁଣିବା ପରେ ସପ୍ଲାୟ ଇନିସପେକ୍ଟର ଙ୍କ ସହିତ କଥା ହୋଇ ଦୁଇଦିନ ଭିତରେ ଚାଉଳ ଦିଆଯିବ ବୋଲି ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ । ମାତ୍ର ପ୍ରତିଶୃତି ର ୫ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକେ ଚାଉଳ ପାଇ ପାରିଲେ ନାହିଁ । ତେବେ ସରକାର ଗରିବ ଲୋକମାନଙ୍କୁ ଠିକ୍ ସମୟରେ କିଭଳି ଚାଉଳ ମିଳିପାରିବ । ତାର ସମସ୍ତ ପ୍ରକାର ସୁବ୍ୟବସ୍ଥା କରିଛନ୍ତି ।

ହେଲେ ଦେଖିବାକୁ ମିଳିଛି ଏହି ଡହଡହ ଖରାରେ ଚାଉଳ ନେବା ପାଇଁ ଲୋକମାନଙ୍କ ସହିତ ଏହି ବୃଦ୍ଧ ମାଆଟିଏ ଅପେକ୍ଷା କରି ବସିଛି।ହେଲେ ଏଠି ଗୋଟିଏ ପଞ୍ଚାୟତ କୁ ଯେତିକି ଚାଉଳ ଦିଆଯିବା କଥା । କିନ୍ତୁ ବିଭାଗୀୟ ଅଧିକାରୀ ସେତିକି ପରିମାଣରେ ନଦେଇ ପ୍ରତି ପଞ୍ଚାୟତରେ ଏହିଭଳି ୧୦ କୁଇଣ୍ଟାଲ ରୁ ୧୫ କୁଇଣ୍ଟାଲ ଚାଉଳ କାହିଁକି କାଟୁଛନ୍ତି । ତାହା ସାଧାରଣରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେବେ ଏହି ବଡସାହି ପଞ୍ଚାୟତର ୧ ନମ୍ବର ୱାର୍ଡ ର ଲୋକମାନଙ୍କୁ କେବେ ଚାଉଳ ମିଳିବ ଏବଂ ଏଭଳି ଗରିବ ଲୋକମାନଙ୍କୁ ହଇରାଣ କରୁଥିବା ବିଭାଗୀୟ ଅଧିକାରୀ ଙ୍କ ବିରୁଦ୍ଧରେ କିପ୍ରକାର ପଦକ୍ଷେପ ବଡସାହି ବିଡିଓ ଆକାଶ କୁମାର ପଣ୍ଡା ନେଉଛନ୍ତି । ତାହା ଦେଖିବାକୁ ବାକି ରହିଲା ।

2 COMMENTS

Comments are closed.