ମହିଳା କୁସ୍ତି ଯୋଧ୍ୟା ମାନଙ୍କୁ ଯୌନ ନିର୍ଯାତନା ବିଜେପି (mp) ଗିରଫ ଦାବୀ

0
332
ମହିଳା କୁସ୍ତି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧/୬) : ଆଜି ମହିଳା କୁସ୍ତି ଯୋଦ୍ଧା ମାନଙ୍କୁ ବିଜେପି ର (ଏମପି) ବ୍ରିଜ୍ ଭୁଷଣ ସିଂ ଯୌନ ନିର୍ଯାତନା କରିବା ପ୍ରତିବାଦ ରେ ଗୁଣପୁର ବାଇପାସ୍ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରlଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ୩ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା ।WhatsApp Image 2023 06 01 at 17.22.32 1 ମହିଳା କୁସ୍ତି ଯୋଧ୍ୟା ମାନଙ୍କୁ ଯୌନ ନିର୍ଯାତନା ବିଜେପି (mp) ଗିରଫ ଦାବୀ

ସଂସଦ ଭବନ ଆଗରେ ଆନ୍ଦୋଳନ କରିବାକୁ ଯାଉଥିଲାବେଳେ ଦିଲ୍ଲୀ ପୋଲିସ ମହିଳା କୁସ୍ତି ଯୋଦ୍ଧା ମାନଙ୍କୁ ଉଠାଇ ନେଉଛନ୍ତି ଓ ସେମାନଙ୍କ ନାମରେ ମିଥ୍ୟା କେସ ରୁଜ୍ଜୁ କରିଛନ୍ତି l ଏଥି ସହ ଭାରତ ପାଇଁ ଗର୍ବ ଆଣିଥିବା କ୍ରୀଡ଼ାବିତ ମାନଙ୍କୁ ପୋଲିସ ଯେଉଁଭଳି ଖରାପ ବ୍ୟବହାର ପ୍ରଦର୍ଶନ କରିବା, ବ୍ରିଜ ଭୂଷଣ ସିଂ ଙ୍କୁ ଗିରଫ କରିବା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଜୁନ ୧ ତାରିଖ ଦିନ ଦେଶବ୍ୟାପୀ ଆନ୍ଦୋଳନ କରାଯାଇଛି l ମହିଳାକୁସ୍ତି ଯୋଦ୍ଧା ମାନେ ଅଭିଯୋଗ କରିଛନ୍ତି ଯେ କୁସ୍ତି ଯୋଦ୍ଧା ମହାସଂଘ ର ଅଧ୍ୟକ୍ଷ ବ୍ରିଜ ଭୁଷଣ ସିଂ ସେମାନଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି । ବ୍ରିଜ ଭୁଷଣ ସିଂ ବିଜେପି ର ସଂସଦ ଥିବା ଯୋଗୁ କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ।

ଅପର ପକ୍ଷରେ ପୋଲିସ କୁସ୍ତି ଯୋଦ୍ଧା ଙ୍କ ଉପରେ ଦମନ ଲୀଳା ଚଳାଇଛନ୍ତି । ଏହାର ପ୍ରତିବାଦରେ କେତେକ ଦାବି କରାଯାଇଛି ସେଗୁଡିକ ହେଲା, ମହିଳା କୁସ୍ତି ଯୋଧ୍ୟା ମାନଙ୍କୁ ଯୌନ ନିର୍ଯାତନା କରୁଥିବା ବିଜେପି ଏମପି ବ୍ରିଜ୍ ଭୁଷଣ ସିଂ କୁ ଗିରଫ କରିବା, ମହିଳା କୁସ୍ତି ଯୋଧ୍ୟା ମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା, ମହିଳା କୁସ୍ତି ଯୋଧ୍ୟା ମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ବ୍ରିଜ ଭୁଷଣ ସିଂ କୁ (mp) ପଦ ରୁ ବହିଷ୍କାର କରିବା ଇତ୍ୟାଦି । ଆଜିର ଏହି ପ୍ରତିବାଦ ସଭାରେ ସି ପି ଆଇ ଏମ ଏଲ ଲିବରେସନ୍ ର ସମ୍ପାଦକ ତ୍ରିପତି ଗମାଙ୍ଗ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଅନାସିମ ଶବର, ସଂଜୀବ ଶବର , ଅସମାବିନ ଶବର, ମିନ ଶବର, କୈଳାସ ଶବର, ମୁନି ଶବର, ସାଇମା ଶବର ପ୍ରମୁଖ ସହଯୋଗ କରିଥିଲେ ।