ମହୁଲ ଗୋଟେଇବାକୁ ଯାଇଥିଲେ ବୃଦ୍ଧା, କଚାଡି ଦେଲା ହାତୀ

0
80
ମହୁଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୦୬/୦୬) : ମହୁଲ ଗୋଟେଇବାକୁ ଯାଇଥିଲେ ବୃଦ୍ଧା, ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବଡସାହି ବନପାଳ ଅଧିନରେ ଥିବା ଗୁପାଳସାହିରେ ।

ସୀତା ଟୁଡୁ ନାମକ ଜଣେ ବୃଦ୍ଧା ମହିଳା ତାଙ୍କ ବାଡି ପଛପଟେ ଥିବା ମହୁଲ ଗୋଟେଇବାକୁ ଯାଇଥିଲେ । ତେବେ ହଠାତ୍ ଏକ ବିରାଟକାୟ ଜଙ୍ଗଲି ହାତୀ ଆସି ଏହି ମହିଳାଙ୍କୁ ହାତୀ ଶୁଣ୍ଢରେ କଚାଡି ମାରି ଦେଇଥିବା ଦେଖିବାକୁ ମିଳିଛି । ତେବେ ଘଟଣା ସ୍ଥଳରେ ବଡସାହି ବନପାଳ ଅଧିକାରୀ ସୁନିଲ୍ କୁମାର ମହାନ୍ତ ପହଞ୍ଚିଥିଲେ ଏବଂ ଘଟଣାର ତଦନ୍ତ କରି ଆହତ ବୃଦ୍ଧାଙ୍କୁ ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଆଉ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ବାରିପଦା ପଠାଇଛନ୍ତି । ତେବେ ସରକାରଙ୍କ ନିୟମ ମୁତାବକ ମୃତକ ସୀତା ଟୁଡୁ ଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ବନପାଳ ସୂଚନା ଦେଇଛନ୍ତି ।

ତେବେ ପ୍ରତିବର୍ଷ ଏହିଭଳି ହାତୀ ଉପଦ୍ରବ ରେ କୋଉଠି ଫଷଲ ନଷ୍ଟ କରି ଘରଦ୍ୱାର ଭାଙ୍ଗୁଛନ୍ତି । ତ ଆଉ କେଉଁଠି ଅନେକ ନିରିହ ଲୋକମାନଙ୍କ ଜୀବନ ନେଉଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏହି ଜଙ୍ଗଲି ହାତୀଙ୍କର ଅନୁପ୍ରବେଶ କୁ ରକିବାରେ ବିଫଳ ହେଉଛନ୍ତି ଜିଲ୍ଲା ବନବିଭାଗ ପ୍ରଶାସନ ଅଧିକାରୀ । ତେବେ ଉଭୟ ସରକାର ଓ ପ୍ରଶାସନ ଅଧିକାରୀଙ୍କ ଏଭଳି ଅବହେଳା ଓ ବୈମାତୃକ ମନୋଭାବ ଯୋଗୁଁ ଆଜି ଏହିଭଳି ଗୋଟିଏ ପରେ ଗୋଟିଏ ଜିବନ ଯାଉଛି ବୋଲି ଗ୍ରାମବାସୀ କହିଛନ୍ତି ।