ବିଲରେ ହଳ କରୁଥିବା ସମୟରେ ଯୁବକଙ୍କ ମୃତ୍ୟୁ

1
117
ମୃତ୍ୟୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୦୭/୦୬) : ସତରେ ମୃତ୍ୟୁ କେମିତି ଆସେ ତାହା କେହି ଜାଣନ୍ତି ନାହିଁ । ମୃତ୍ୟୁ ଆଗନ୍ତ ସୂଚନା ଦେଇନଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜରେ । ବିଲରେ ହଳ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କଲେ ଯୁବକ ।

ଏଭଳି ଅଭାବନୀୟ ଘଟଣା ଘଟିଛି ଝାରପୋଖରିଆ ଥାନା ଅନ୍ତର୍ଗତ ଉମାଦେଇପୁର ଘଣ୍ଡିଆବୁଡା ଗ୍ରାମରେ । ମୃତ ଦେହକୁ ବାଇକ ଯୋଗେ ଦଶ କିଲୋମିଟର ଦୂର ଘରକୁ ଆଣିଲେ ମୃତକଙ୍କ ସମ୍ପର୍କୀୟ । ତେବେ ସୂଚନାମୁତାବକ ଦେହ ଅସୁସ୍ଥ ଥାଇ ଦିନ ଦ୍ୱିପ୍ରହରରେ କାମରେ ନିୟୋଜିତ କରି ଟ୍ରାକ୍ଟର ମାଲିକ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ । ଥାନାରେ ଅଭିଯୋଗ ପରେ ଟ୍ରାକ୍ଟର ଜବତ ଓ ମାଲିକ ଅଟକ ।

1 COMMENT

Comments are closed.