ବିଜେପି ତରଫରୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ କୁଶପୁତ୍ତଳିକା ଦାହ

0
300

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼
ବିଷମକଟକ,(୨୮/୦୮) : ଗତ କାଲି ଅବକାରୀ ବିଭାଗ କନେଷ୍ଟବଳ ସୁଶାନ୍ତ ପାତ୍ରଙ୍କ ପତ୍ନୀ ପ୍ରଜ୍ଞା ଗରାବୁଡ ସଙ୍ଗୀନ ଅଭିଯୋଗ ଆଣିଥିଲେ l ଗତ କିଛିଦିନ ଧରି ଅବକାରୀ ବିଭାଗର ଦାଦା ବଟି ସଂଗ୍ରହର ଭିଡ଼ିଓ ଭାଇରାଲ୍ ହୋଇ ଥିବା ବେଳେ ଆଜି ଅବକାରୀ ବିଭାଗଙ୍କର ଶାସକ ଦଳ ସହିତ ଲିଙ୍କ୍ ଏବଂ ମନ୍ତ୍ରୀଙ୍କ ଛତ୍ର ଛାୟା ତଳେ ଏ କଳା ସାମ୍ରାଜ୍ୟ ପ୍ରଶୟ ନେଇ କାୟା ବିସ୍ତାର ହେଉଥିବା ବିରୋଧିଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ପାଲଟିଛି l ଆଜି ବିଷମକଟକ ବିଧାୟକ ପ୍ରାର୍ଥୀ ଶ୍ରୀ ଶିବ ଶଙ୍କର ଉଲାକାଙ୍କ ନେତୃତ୍ୱରେ ବିଷମକଟକ ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା lWhatsApp Image 2021 08 28 at 10.45.04 AM ବିଜେପି ତରଫରୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ କୁଶପୁତ୍ତଳିକା ଦାହ

ଶତାଧିକ କାର୍ଯ୍ୟକର୍ତ୍ତା ଶିବ ଶଙ୍କର ଉଲାକାଙ୍କ ନେତୃତ୍ୱରେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ବିଜେପି ତରଫରୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରି ଥିଲେ l

ଶ୍ରୀ ଉଲାକା କହିଛନ୍ତି ଯେ, ମନ୍ତ୍ରୀ ମହୋଦୟଙ୍କ କଳା ବ୍ୟବସାୟୀଙ୍କ ପ୍ରତି ଆତ୍ମୀୟତା ନୂଆ କଥା ନୁହେଁ l ପୂର୍ବରୁ ରତ୍ନପଥର ବ୍ୟବସାୟ ଜିତେନ୍ଦ୍ର ବେହେରା ମାମଲାରେ ମନ୍ତ୍ରୀ ସିଧାସଳଖ ସମ୍ପୃକ୍ତ ଥିବା ପରେ ମଧ୍ୟ ରାଜ୍ୟ ସରକାର ସେ ଘଟଣାରେ ଘଣ୍ଟ ଘୋଡେଇ ଚାଲିଛନ୍ତି l ବର୍ତ୍ତମାନ ଏହି ଘଟଣାରେ ମୋଟା ଅଙ୍କର ଅର୍ଥ ସଂଗ୍ରହ ସହିତ ନିଶା ଦ୍ରବ୍ୟ ବାଣ୍ଟିବାରେ ମନ୍ତ୍ରୀଙ୍କ ସମର୍ଥନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟ ପୂର୍ଣ୍ଣ ଅଟେ ବୋଲି କହିଛନ୍ତି ।WhatsApp Image 2021 08 28 at 10.45.04 AM ବିଜେପି ତରଫରୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ କୁଶପୁତ୍ତଳିକା ଦାହ

ଏହି କାର୍ଯ୍ୟକ୍ରମରେ ବିଷମ କଟକ ନିର୍ବାଚନମଣ୍ଡଳୀର ମଣ୍ଡଳ ସଭାପତି, ଭିକାରୀ ନାହାକା,ରୋହିତ ଦଣ୍ଡ ସେନା, ଜଗା ଶବର, ଜିଲ୍ଲା ସାଧାରଣ ସମ୍ପାଦକ ରମେଶ ସାମନ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରାମ ବେହେରା ଜିଲ୍ଲା OBC ମୋର୍ଚ୍ଚା ସଭାପତି ରୁଦ୍ର ମାଗିଲି, ଜିଲ୍ଲା ଉପସଭାପତି ଦୁର୍ଯ୍ୟୋଧନ ପାଳ, ରାମକୃଷ୍ନ ପଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା,ଯୁବମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ୟ, ଲାଲା ମହାନ୍ତି, ଜିଲ୍ଲା SC ମୋର୍ଚ୍ଚା ସାଧାରଣ ସମ୍ପାଦକ ରମେଶ ପାଣି,ଜିଲ୍ଲା ସମ୍ପାଦିକା ସୁଶିଳା ପାତ୍ର,କୃଷକ ମୋର୍ଚ୍ଚା ଉପସଭାପତି ରମାକାନ୍ତ ପାଢି, ବାଦଲ ରଣା, ଜି ବାବୁ ରାଓ, ମଣ୍ଡଳ ର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ l