ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

0
95
ଆନ୍ତର୍ଜାତୀୟ ଯୋଗ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୦୬) : ଶ୍ରୀ ଗୋପାଳଜୀ ତଡ଼ିତ ମନ୍ତ୍ରଶ୍ୱାସ ଯୋଗାଳୟରେ ଯୋଗ ମହୋତ୍ସବ ସମିତି, ଜିଲ୍ଲା ଯୋଗ ସମିତି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ମିଳିତ ଆନୁକୁଲ୍ୟ ରେ ଏକ ଦିବସୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପ୍ରୋଟୋକଲ ଆସନ ପ୍ରାଣାୟମ ର ଅଭ୍ୟାସ ହୋଇ ଯାଇଛି lWhatsApp Image 2023 06 11 at 09.58.38 ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

ପତଞ୍ଜଳୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ମେଡ଼ିକାଲ ଡ଼, ଦୁର୍ଗା ଦତ୍ତ ଦାସ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବରେ ଯୋଗ ସାଧକ ଇଂ ତିରୁପତି ପାତ୍ର, ବରିଷ୍ଟ ଆଇନଜୀବୀ ତଥା ରାଷ୍ଟିୟ ସ୍ୱୟଂ ସେବକ ସଂଘ ର ସଦସ୍ୟ ପ୍ରଦୀପ ପୁରୋହିତ, ଯୋଗାଳୟ ସଭାପତି ହରିହର ଶତପଥୀ, ଉଦ୍ୟୋକ୍ତl ଆର୍ତ୍ତ ତ୍ରାଣ ବାବୁ, ବରିଷ୍ଠ ସାମ୍ବାଦିକ ମନୋରଂଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଯୋଗ ହେଉଛି ଭାରତୀୟ ପ୍ରାଚୀନ ସଂସ୍କୃତି l ଯୋଗ ମାଧ୍ୟମ ରେ ଭାରତ ବିଶ୍ୱ ଗୁରୁ ଭାବେ ଜାତିସଂଘ ରେ ସ୍ୱକୃତି ପ୍ରାପ୍ତ ହୋଇ ଏବେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ବୋଲି କହିଥିଲେ l ଏବଂ ଯୋଗ ପାଇଁ ଅର୍ଥ ନୁହେଁ ଅଭ୍ୟାସ ଜରୁରୀ ବୋଲି ମତ ରଖି ଦେଶ ପାଇଁ ରାଷ୍ଟ୍ର ପାଇଁ କାର୍ଯ୍ୟ କରିବା ଏହି ମନ୍ତ୍ର ନେଇ ଏହି ବାର୍ତ୍ତା କୁ ସବୁଠି ପହଞ୍ଚାଇବା ବୋଲି କହିଥିଲେ l ଏବଂ ଡାକ୍ତରୀ ଚିକିତ୍ସା ଠାରୁ ଯୋଗ ପ୍ରାଣାୟାମ ଖୁବ ଫଳପ୍ରଦ ବୋଲି ନିଜ ନିଜ ର ଅନେକ ଅନୁଭୂତି କହିଥିଲେ l

ଶ୍ରୀ ଗୋପାଳ ଜୀ ଯୋଗାଳୟ ର ବେଦ ପ୍ରଚାର ସମିତି ର ଜିଲ୍ଲା ସଂଯୋଜକ ପଙ୍କଜ ମେହେର, ବୈଦ୍ୟନାଥ ଜାଲ ଙ୍କ ପରିଚାଳନା ରେ ଗତ ବାଲେଶ୍ଵର ରେଳ ଦୁର୍ଘଟଣାର ସ୍ୱର୍ଗପ୍ରାପ୍ତ ଆତ୍ମା ଙ୍କ ସଦଗତି ହେତୁ ଏକ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଥିଲା l ବରିଷ୍ଟ ଯୋଗ ସାଧକ ହରିହର ଶତପଥୀ ଓ ପତଞ୍ଜଳି ଯୋଗ ପୀଠ ହରିଦ୍ୱାର ରୁ ଯୋଗ ଶିକ୍ଷକ ଭାବରେ ମନୋନୀତ ହୋଇ ଥିବା ନିଁମେଇ ମହାକୁଡ଼ ଓ ଗୁଣ ନିଧି ଥନାପତି ଙ୍କୁ ସଂଗଠନ ତରଫରୁ ସଂମ୍ବର୍ଦ୍ଧିତ କରା ଯାଇଥିବା ବେଳେ ଜିଲ୍ଲା ର ୫୦ ଜଣ ବରିଷ୍ଠ ଯୋଗ ପ୍ରଶିକ୍ଷକ ଏ ଶିବିର ରେ ଯୋଗ ପ୍ରଶିକ୍ଷଣ ନେଇଥିଲେ । ଯୋଗ ମହୋତ୍ସବ ସମିତି ସଭାପତି ସଞ୍ଜୟ ମହାପାତ୍ର ଯୋଗ ଦିବସ ପାଳନ ବିଷୟ ରେ ବିବରଣୀ ପ୍ରଦାନ କରିଥିବା ବେଳେ ଯୋଗ ଗୁରୁ ମନୋଜ ପଣ୍ଡା ସଭା ସଂଯୋଜନା କରିଥିଲେ l