ଠିକ ସମୟ ପୂର୍ବରୁ ବିହନ ଯୋଗାଇଦେଲେ ରବି ଫସଲ ପାଇଁ ଚାଷୀଙ୍କୁ ସହାୟକ ହେବ

0
199
ଠିକ ସମୟ

 

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୦/୦୬) : ଠିକ ସମୟ ପୂର୍ବରୁ ବିହନ ଯୋଗାଇଦେଲେ ରବି ଫସଲ ପାଇଁ ଚାଷୀଙ୍କୁ ସହାୟକ ହେବ lWhatsApp Image 2023 06 10 at 18.30.38 ଠିକ ସମୟ ପୂର୍ବରୁ ବିହନ ଯୋଗାଇଦେଲେ ରବି ଫସଲ ପାଇଁ ଚାଷୀଙ୍କୁ ସହାୟକ ହେବ

ରାୟଗଡା ଜିଲ୍ଲା ଜନ ଜାଗରଣ ମଞ୍ଚ ଲୋକ ସଂଗଠନ, ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ପକ୍ଷରୁ କରାଯାଇଥିବା ୪ ଗୋଟି ଜିଲ୍ଲା ଯଥା – ଗଜପତି, ବୌଦ୍ଧ, ନବରଙ୍ଗପୁର ଓ ଦେବଗଡ଼ ଜିଲ୍ଲାର ୧୩ ଗୋଟି ବ୍ଲକର ୪ ହଜାରରୁ ରୁ ଉର୍ଦ୍ଧ ଚାଷୀଙ୍କୁ ନେଇ କରାଯାଇଥିବା ପାରମ୍ପରିକ ଫସଲ ସର୍ଭେ କ୍ଷଣ ଅନୁଯାଇ ଓଡିଶା ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ ରବି ଫସଲ ଚାଷୀ ଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଛି l ଠିକ ସମୟ ପୂର୍ବରୁ ବିହନ ଯୋଗାଇଦେଲେ ରବି ଫସଲ ପାଇଁ ଚାଷୀଙ୍କୁ ସହାୟକ ହେବ l ଏଥିରୁ ଜଣାପଡିଛି ଯେ ସ୍ଥାୟୀ ପାରମ୍ପରିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା, ଚାଷୀଙ୍କ ଆୟ ବୃଦ୍ଧି କରାଇବା, ମାଟିର ଉର୍ବରତା ସହିତ ସେମାନଙ୍କୁ ପୃଷ୍ଟିଯୁକ୍ତ ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରୁଛି l ଉକ୍ତ ସର୍ଭେ କ୍ଷଣ ରୁ ଜଣାପଡିଛି ମୁଗ, କୋଳଥ, ବିରି, ମସୁରି, ଚଣା ଭଳି ଡାଲି ଜାତୀୟ ଫସଲ, ରାଶି, ସୋରିଷଭଳି ତୈଳ ବୀଜ ସବୁଠାରୁ ଅଧିକ ଲାଭଦାୟକ ଏଣୁ ଏହାର ଉତ୍ପାଦନ ଲାଭ ଚାଷୀଙ୍କୁ ଏକର ପିଛା ହାରାହାରି ୨୦ ହଜାରରୁ ଉର୍ଦ୍ଧ ଟଙ୍କା ସିଧାସଳଖ ଲାଭ ମିଳିଥାଏ l ଯାହାକି ମନରେଗା କାମର ୮୦ ଦିନ ର ମଜୁରୀ ସହ ସମାନ l

ଯେଉଁଥି ପାଇଁ ରାଜ୍ୟ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ର ୧୭ ଗୋଟି ସଦସ୍ୟ ଜିଲ୍ଲା ସଂଗଠନ ଅଂଚଳରେ ପାରମ୍ପରିକ ଚାଷ ରେ ଜୈବିକ ସାର ଔଷଧ ବ୍ୟବହାର କରି ଚାଷ କରିବା ପାଇଁ ଚାଷୀ ମାନଙ୍କୁ ପ୍ରବର୍ତ୍ତାଇବା ସହିତ ସଚେତନତା କରି ସେମାନଙ୍କର ଆୟ ବୃଦ୍ଧି କରାଇବା କୁ ଅଣ୍ଟା ଭିଡିଛି l ରାୟଗଡା ଜିଲ୍ଲାର ଜନ ଜାଗରଣ ମଞ୍ଚ ପ୍ରାୟ ୧୫୦୦ ଗ୍ରାମାଞ୍ଚଳରେ ଚାଷୀ ମାନଙ୍କୁ ପାରମ୍ପରିକ କୃଷି ପଦ୍ଧତି ଆପଣାଇବା ପାଇଁ ସଚେତନତା କରିବା ସହିତ ରବି ଫସଲରେ ହେଉଥିବା ଲାଭ ବିଷୟରେ ଅବଗତ କରାଇବା “ଆମ ବିହନ ଆମ ଫସଲ ” ଯୋଜନା ଲାଗୁ କରି ଶୀତଦିନିଆ ପନିପରିବା ଚାଷ ପାଇଁ ବିହନ ଯୋଗାଇଦେବା, ଖରିପ ଫସଲ ତୁଳନାରେ ରବି ଫସଲ ଚାଷରେ କମ ଜଳ ସେଚନ ସୁବିଧାରେ ରେ ଚାଷ ଅମଳ ହେଉଥିବାରୁ ସରକାରଙ୍କ ଏହି ରବି ଫସଲ ଜରିଆରେ ଚାଷୀଙ୍କ ଜୀବନରେ ଉର୍ନତି ଆଣିବା ସହିତ ଅଞ୍ଚଳରେ ସ୍ଥାନାନ୍ତରଣ କୁ ରୋକିବାରେ ଏକ ସହାୟକ ପଦକ୍ଷପ ହୋଇ ପାରିବ l ଦ୍ୱିତୀୟତଃ ସେପ୍ଟେମ୍ବର ମାସର ଶେଷ ସପ୍ତାହ ପୂର୍ବରୁ ସରକାର ବିହନ ଯୋଗାଇବଦେଲେ ଠିକ ସମୟରେ ବିହନ ବୁଣା ହୋଇପାରିବ l ଚଳିତ ବର୍ଷ ଡାଲି ଜାତୀୟ ଫସଲ ସହିତ ୭ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରିବା ପାଇଁ ରାଜ୍ୟ ସରକାର ଯେଉଁ ଲକ୍ଷ ରଖିଛନ୍ତି ତାହା ପର୍ଯ୍ୟାପ୍ତ ଜଳ ସେଚନ ସୁବିଧା ନ ଥିବାରୁ ପୂରଣ ହେବାର ସମ୍ଭାବନା ନାହିଁ ଯାହାଦ୍ଵାରା ଚାଷୀମାନେ ଗୋଟିଏ ଫସଲର ଲାଭରୁ ବଞ୍ଚିତ ହେବେ l

ଏହାର ମୁକାବିଲା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ଯଥା କୃଷି ବିଭାଗ, ଉଦ୍ୟାନ ବିଭାଗ, ମୂର୍ତ୍ତିକା ସରଂକ୍ଷଣ ବିଭାଗ, ଜଳସେଚନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜୀବିକା ମିଶନ, ଆଦିବାସୀ ଉନ୍ନୟନ ବିଭାଗ ଆଦି ସହ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମନ୍ୱୟ ରକ୍ଷା କରି ଯୋଗ୍ୟ ଚାଷୀଙ୍କୁ ବିହନ, ମଞ୍ଜି ଓ ଜଳ ଉତ୍ସ ମାନ ଯୋଗାଇ ଦେଲେ ଚାଷୀ ମାନେ ରବି ଫସଲର ଚାଷ ପ୍ରଣାଳୀକୁ ଆପଣାଇ ପରିବା ସହିତ ସରକାରୀ ସୁବିଧା ଗୁଡ଼ିକୁ ସର୍ବାଧିକ ମାତ୍ରାରେ ଉପଭୋଗ କରିପାରିବେ ବୋଲି ଜନ ଜାଗରଣ ମଞ୍ଚ ଲୋକ ସଂଗଠନ ର ଓକିଲାତି ଦଳର ସଦସ୍ୟ/ସଦସ୍ୟା ରାୟଗଡା ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ ଙ୍କୁ ପ୍ରଦାନ କରିଥିଲେ ଓ ପରେ ସାମ୍ବାଦିକ ବନ୍ଧୁ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଭେଟି ସହଯୋଗ କରିବା ପାଇଁ ସଦସ୍ୟ /ସଦସ୍ୟା ଜୟନ୍ତୀ କାଡ୍ରାକା ,ଜେମା ଦେଇ ଶବର, ସୀତାରାମ ମେଲକା, ଲଷ୍ମୀ ଶବର, ନରେଶ ତୁଇକା, କୁଶ ପ୍ରଧାନୀ, ସୁଧୀର ଗମାଙ୍ଗ, ଜେମ୍ସ ଶବର, ସୁଶାନ୍ତ ତୋଇକା, ଦିବାକର ଶବର ପ୍ରମୁଖ ପ୍ରେସ ବିଜ୍ଞ୍ୟପ୍ତି ମାଧ୍ୟମରେ ମତ ପ୍ରକାଶ କରିଥିଲେ l