ଦିବ୍ୟାଙ୍ଗ ମାନଙ୍କୁ ପରିଚୟ ପତ୍ର ପ୍ରଦାନ

0
86
ଦିବ୍ୟାଙ୍ଗ ମାନଙ୍କୁ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୧୦/୬) : ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ପ୍ରାୟ ତିରିଶି (୩୦) ଜଣ ଦିବ୍ୟାଙ୍ଗ ମାନଙ୍କୁ ପରିଚୟ ପତ୍ର ନିମନ୍ତେ ଆବେଦନ କରାଯାଇଥିଲା ।

ଦିବ୍ୟାଙ୍ଗ ମାନଙ୍କୁ ପରିଚୟ ପତ୍ର ପ୍ରଦାନ ନିମନ୍ତେ ରାୟଗଡା ଜିଲ୍ଲାର ସବୁ ବ୍ଲକରୁ ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକୁ ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘର ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀମତୀ ଜାନକୀ ସୁନା, କୋଲନରା ବ୍ଲକ ବଡ ଖିଲାପଦର ପଞ୍ଚାୟତ ସଭାପତି ପଦ୍ମାବତୀ ମହାନନ୍ଦିଆ ଓ ମନୋରଞ୍ଜନ ସୁନା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇ ଥିଲେ । ଏହା ସହ କିଛି ଭାଇ ଭଉଣୀ ମାନଙ୍କ ଟ୍ରେନ ପାସ ପାଇଁ ମଧ୍ୟ ଆବେଦନ କରାଯାଇଥିଲା । ଆଜି ମଧ୍ୟ ଏଣ୍ଟ ମେସିନ ଖରାପ ଥିବାରୁ କେତେକ ଭିନ୍ନକ୍ଷମ ଭାଇ ଭଉଣୀ ମନ ଦୁଃଖରେ ଫେରିଥିଲେ । ରାୟଗଡା ଭିନ୍ନକ୍ଷମ ମହାସଂଘ ତରଫରୁ ଜିଲ୍ଲା ପ୍ରଶାସନ ନିକଟରେ ଏତିକି । ନିବେଦନ କି କୌଣସି ପ୍ରକାରେ ଏଣ୍ଟ ମେସିନ ଗୋଟିଏ ଡାକ୍ତର ଖାନାରେ ଯୋଗାଇଦେଲେ ଦିବ୍ୟାଙ୍ଗ ମାନେ ଉପକୃତ ହୋଇପାରିବେ ।