ଘରେ ଏକୁଟିଆ ଥିବା ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର, ଆଇସିୟୁରେ ଭର୍ତ୍ତି

1
109
ଘରେ ଏକୁଟିଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୩/୦୬) : ଘରେ ଏକୁଟିଆ ଥିବା ବେଳେ ଭିନ୍ନକ୍ଷମ ନାବାଳିକା ହେଲା ଦୁଷ୍କର୍ମର ଶିକାର । ଏବେ ନାବାଳିକା ଜଣକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।

ଘରେ ଏକୁଟିଆ ଥିବା ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର । ଏପରି ଏକ ଅଭାବନୀୟ ଘଟଣା ହାଇଦ୍ରାବାଦର ସିକନ୍ଦରାବାଦରେ ଘଟିଛି । ପୀଡ଼ିତା ନାବାଳିକା ଜଣକଙ୍କ ବୟସ ୭ ବର୍ଷ ବୋଲି ଜଣାଯାଇଛି । ନାବଳିକା ଜଣକ ଭିନ୍ନକ୍ଷମ ହୋଇଥିବା ବେଳେ ସିକନ୍ଦରାବାଦରେ ନିଜ ବାପାମା’ଙ୍କ ସହ ରୁହନ୍ତି । ଘଟଣା ଦିନ ତାଙ୍କ ବାପା କାମକୁ ଚାଲି ଯାଇଥିବା ବେଳେ ମା’ ସଉଦା ଆଣିବାକୁ ନିକଟସ୍ଥ ବଜାରକୁ ଯାଇଥିଲେ । ମାତ୍ର ସେ ଘରକୁ ଫେରି ବେଡରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ପାଇଥିଲେ । ପିଲାଟି କିଛି କହି ପାରୁ ନ ଥିବାବେଳେ କାନ୍ଦୁଥିବାରୁ ସେ ତୁରନ୍ତ ଝିଅକୁ ଧରି ନିକଟସ୍ଥ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ଆଇସିୟୁରେ ପିଲାଟିର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଏ ନେଇ ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ଫରେନସିକ୍‌ ଟିମ୍‌ ପହଞ୍ଚି ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରିଥିବା ଜଣାଯାଇଛି । ଘଟଣାର ତଦନ୍ତ ଚାଲିଛି, ଖୁବ୍‌ ଶୀଘ୍ୟ ଅଭିଯୁକ୍ତ ଧରା ପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

1 COMMENT

Comments are closed.