ଜାତୀୟ ରାଜପଥ ରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ

0
94
ଜାତୀୟ ରାଜପଥ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେଓଗଡ, (୧୩/୦୬) : ଜାତୀୟ ରାଜପଥ ରେ ଜଳିଗଲା ଟ୍ରକ । ଦେବଗଡ଼ ସହର ଉପକଣ୍ଠରେ ଥିବା ୪୯ ନମ୍ବର ଜାତୀୟରାଜପଥ ରଜାମୁଣ୍ଡା ବାଇପାସ ଛକ ଠାରୁ ଅଳ୍ପ ଦୂରରେ ବିଳମ୍ୱିତ ରାତିରେ ଏକ ୧୪ ଚକିଆ ଲୁହା ପଥର ବୋଝେଇ ଟ୍ରକ ଜଳିଯାଇଛି ।

ଜାତୀୟ ରାଜପଥ ରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ । କୋଇଡା ଅଞ୍ଚଳରୁ ଲୁହା ପଥର ବୋଝେଇ କରି ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ ଦେବଗଡ଼ ବାଇପାସ ଛକ ନିକଟରେ ଲୁହାପଥର ବୋଝେଇ ଗାଡ଼ିରେ ହଠାତ ନିଆଁ ଲାଗିଥିଲା । ଖବରପାଇ ଦେବଗଡ଼ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ଏହି ଦୁର୍ଘଟଣାରେ ଗାଡିର ଚାଳକ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଗାଡିଟି ସମ୍ପୂର୍ଣ ଜଳି ଯାଇଥିବା ଦେଖିବାକୁ ମିଳିଛି l ଗ୍ରୀଷ୍ମ ପ୍ରବାହ ବେଳେ ଓଭର ଲୋଡ଼ ଯୋଗୁଁ ଅତ୍ୟଧିକ ତାପ କାରଣରୁ ଗାଡ଼ିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି l ଏହାସହ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।