ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ

2
133
ବିଶ୍ୱ ଖାଦ୍ୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୭/୦୬) : ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ । ପ୍ରତିବର୍ଷ ଜୁନ ୭ ରେ ବିଶ୍ୱଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଏ ।

ଯାହାର ଉଦ୍ଦେଶ୍ୟ ହେଉଛି ଖରାପ ଓ ଦୂଷିତ ଖାଦ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇବା । ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଲୋକଙ୍କ ଖାଦ୍ୟ ଅଭ୍ୟାସ ଓ ଆବଶ୍ୟକତାକୁ ଦେଖିଲେ, ବର୍ତ୍ତମାନ ଅନେକ ଜିନିଷ ତିଆରିର ପ୍ରଣାଳି ବଦଳି ଯାଇଛି । ସେଥିରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରିତ ହେଉଛି। ତେଣୁ ଦୂଷିତ ଖାଦ୍ୟ ଓ ଜଳର କ୍ଷତି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ ୭ ତାରିଖ ଦିନ ବିଶ୍ୱଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଏ । ୨୦୧୭ ଡିସେମ୍ବରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ୨୦୧୭ ଜୁଲାଇରେ ଖାଦ୍ୟ ଓ କୃଷି ସଙ୍ଗଠନ ସମ୍ମିଳନୀର ୪୦ ତମ ଅଧିବେଶନରେ ଗ୍ରହଣ କରାଯାଇଥିବା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକଳ୍ପକୁ ସମର୍ଥନ ଜଣାଇଥିଲା ।

ଏହା ପରେ ମିଳିତ ଜାତିସଂଘର ସାଧାରଣ ସଭାର ୭୩ତମ ଅଧିବେଶନର ଦ୍ୱିତୀୟ କମିଟି ସମ୍ମୁଖରେ ଏହି ସଂକଳ୍ପ ରଖାଯାଇଥିଲା, ଯାହା ସାଧାରଣ ସଭା (UNGA) ଦ୍ୱାରା ଗ୍ରହଣ କରାଯାଇଥିଲା । ଏହାପରେ ପ୍ରତିବର୍ଷ ଜୁନ୍ ୭ ତାରିଖକୁ ବିଶ୍ୱଖାଦ୍ୟ ସୁରକ୍ଷା ଦିବସ ଭାବେ ଘୋଷଣା କରାଯାଇଥିଲା । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଯୋଗାଇବା । ଏଥର ବିଶ୍ୱଖାଦ୍ୟ ସୁରକ୍ଷା ଦିବସର ବିଷୟବସ୍ତୁ ହେଉଛି food standard save lives ଅର୍ଥାତ୍ ଜୀବନ ରକ୍ଷା କରେ ଖାଦ୍ୟର ମାନ ।

2 COMMENTS

Comments are closed.