ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ

0
103
ଅଂଶୁଘାତରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୬) : ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ । ରାଜ୍ୟରେ କେତେବେଳେ କାନ୍ଧ ରେ ଶବ ବୁହା ହେଉଛେ ତ ଆଉ କେତେବେଳେ ରିକ୍ସା ରେ ବୁହା ହେଉଥିବା ଘଟଣା ଦେଖିବାକୁ ମିଳୁଛି । ଆଉ କେତେବେଳେ ସାଇକେଲ ରେ ।

ଡାକ୍ତରଖାନା ରୁ ଶବ କୁ ସରକାର ମାଗଣା ରେ ଘରକୁ ନେବାପାଇଁ ମହାପାରାୟଣ ଗାଡି ର ବ୍ୟବସ୍ଥା କରୁଛନ୍ତି । ହେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ନିଜସ୍ୱ ଜିଲ୍ଲା ରେ ମିଳୁନି ମହାପାରାୟଣ ଗାଡି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ । ବିନିକା ଥାନା ମେଘଲା ଗ୍ରାମର ଅସହାୟ ବୃଦ୍ଧା ରୁକୁଣି ସାହୁ (୬୫) ଙ୍କ ସ୍ୱାସ୍ଥ୍ୟବସ୍ତା ଖରାପ ହୋଇଥିବା ବେଳେ ରାତି ରେ ତାଙ୍କର କେହି ନଥିବାରୁ ଗ୍ରାମର ଗ୍ରାମର ଜଣେ ସ୍ବେଛାସେବୀ ଶାନ୍ତନୁ ଗୁରୁ ତାଙ୍କୁ ବିନିକା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଶବ କୁ ଗ୍ରାମକୁ ନେବାପାଇଁ ଶାନ୍ତନୁ କୌଣସି ସରକାରୀ ସୁବିଧା ପାଇନଥିଲେ ।

ଫଳରେ ସେ କ’ଣ କରିବେ ବୋଲି ଭାବି ବିନିକା ସହରର ବିଜେପି ନେତା ପ୍ରଶାନ୍ତ ଚନ୍ଦ୍ର ଦଣ୍ଡସେନା କୁ ଖବର ଦେଇଥିଲେ । ଶ୍ରୀ ଦଣ୍ଡସେନା ବିନିକା ଡାକ୍ତରଖାନା ରେ ପହଞ୍ଚି ମହାପାରାୟଣ ଗାଡି ଯୋଗାଇବା ପାଇଁ ସୁବର୍ଣ୍ଣପୁର ସିଡ଼ିଏମଓ ଙ୍କୁ ଫୋନ କରିଥିଲେ । ସିଡ଼ିଏମଓ ମିଶନ ଶକ୍ତି ମହିଳା ମାନଙ୍କୁ କୁହନ୍ତୁ ବୋଲି କହିଥିଲେ । ଫଳରେ ସେମାନେ କିଛି ଉପାୟ ନପାଇ ବାଧ୍ୟ ହୋଇ ଶବ କୁ ୧୦୦ ମିଟର ସାଇକେଲ ରେ ବୋହି ମେଡିକାଲ ରୁ ନେଇଥିଲେ । ପରେ ଏକ ଭଡାଗାଡି କରି ଶବ କୁ ମେଘଳା ଗ୍ରାମକୁ ନେଇ ସ୍ବେଛାସେବୀ ମାନେ ଶବ ସତ୍କାର କରିଥିବା ଜଣାପଡିଛି ।