ଅଘୋଷିତ ବିଦ୍ୟୁତ କାଟ ର ପ୍ରତିବାଦ, ଟାଟାପାୱ।ର କଂପାନୀ ବିରୁଦ୍ଧରେ ଜିଲ୍ଲା ବିଜେପି

0
79
ଅଘୋଷିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୬) : ଅଘୋଷିତ ବିଦ୍ୟୁତ କାଟ ର ପ୍ରତିବାଦ । ଟାଟା କମ୍ପାନୀ ପ୍ରତି ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା ବିରୁଦ୍ଧରେ ଗତ କାଲି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ବିଦ୍ୟୁତ ନିର୍ବାହୀ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର ଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟ ସରକାର ଙ୍କ କମ୍ପାନୀ ପ୍ରତି ବିରୁଦ୍ଧରେ ନାରାବାଜି କରାଯାଇଛି ।

ବିଶେଷ ଖରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସତ୍ତ୍ଵେ ସାରା ରାଜ୍ୟରେ ଅଘୋଷିତ ବିଦ୍ୟୁତକାଟ ର ଘୋର ନିନ୍ଦା କରାଯାଇଥିଲା । ବିଶେଷ କରି ଓଡ଼ିଶା ବିଦ୍ୟୁତ ରେ ଏକ ବଳକାରାଜ୍ୟ ସତ୍ତ୍ଵେ ଅତ୍ୟଧିକ କମ୍ପାନୀ ପ୍ରୀତି ଯୋଗୁଁ ନିରିହ ଜନସାଧାରଣ ଙ୍କ ସର୍ବନିମ୍ନ ଆବଶ୍ୟକତା କୁ ପୁରଣ ନକରିପାରିବା ଏହା ଶାସକ ବିଜେଡି ସରକାର ର ଚରମ ବିଫଳତା ବୋଲି ଆଜି ବିକ୍ଷୋଭ ସ୍ଥଳରେ ଉପସ୍ଥିତ ନେତା ମତବ୍ୟକ୍ତ କରିଥିଲେ । ଆଜିର ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର, ନଗର ମଣ୍ଡଳ ସଭାପତି ଜଗତ ଜ୍ୟୋତି ତ୍ରିପାଠୀ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, ଏସସି ମୋର୍ଚ୍ଚା ସଭାପତି ଅନନ୍ତ ପାଣିଗ୍ରାହୀ, ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଗଙ୍ଗା ତରିଆ, ମହିଳା ମୋର୍ଚ୍ଚା ଉପସଭାପତି ସୁଦେଷ୍ଣା ନେଗୀ,ସାଂସଦ ପ୍ରତିନିଧି ଶରତ ଶତପଥୀ, ତ୍ରିଲୋଚନ ତରିଆ, କୈଳାସ ଚନ୍ଦ୍ର ସାହୁ, ସୁନନ୍ଦା ମିଶ୍ର, ବାବୁଲୁ ସାଗର, ସମୀର ବୁଡେକ, ନବଘନ ସାଗର ପ୍ରମୁଖ ଉପସ୍ଥିତ ଥିଲେ ।