ରୁପା ଅଳଙ୍କାର ବ୍ୟବସାୟୀଙ୍କ ଠାରୁ ଲୁଟ : ଲୁଟେରା ଗିରଫ

0
82
ଗିରଫ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୧୯/୦୬) : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା କୋଲସାହି ନିକଟ ଗୋଳାପୋଖରୀ ନିକଟରେ ଥିବା ରୂପା ଅଳଙ୍କାର ବ୍ୟବସାୟୀଙ୍କୁ ଲୁଟ୍ ଘଟଣା ।

ଲୁଟ୍ ହୋଇଥିବା ରୂପା ଅଳଙ୍କାର ଜବତ, ଜଣେ ଅଭିଯୁକ୍ତ ଗିରଫ। ଗତ ୨ ତାରିଖରେ ରୂପା ଅଳଙ୍କାର ବ୍ୟବସାୟୀଙ୍କୁ ଲୁଟ୍ ହୋଇଥିଲା । ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ୫ଲକ୍ଷରୁ ଅଧିକ ଟଙ୍କାର ରୂପା ଅଳଙ୍କାର ଲୁଟ୍ କରିଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ଲୁଟେରାକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଆସ୍କାର କେଦାରନାଥ ସାହୁ । ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ଜଣଙ୍କୁ ଶିଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି ।