ଛାତ୍ରଙ୍କୁ ବାରହା ଆକ୍ରମଣ 

0
103
ଆକ୍ରମଣ 

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡ଼ା, (୧୯/୦୬) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ଡୁମେରବାହାଲ ଗାଁ’ର ଡ଼ିହାରିପଡା ଠାରେ ଜଣେ ଛାତ୍ରଙ୍କୁ ବାରହା ଆକ୍ରମଣ କରିଛି ।

ଛାତ୍ର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ, ଗଣେଶ ମାଝୀ ଙ୍କ ପୁଅ ପୁଷ୍ପରାଜ ମାଝୀ ଘର ପାଖରେ ଖେଳୁଥିବା ସମୟ ରେ ଦଳେ ବାରହା ଜଙ୍ଗଲ ପଟ କୁ ଯାଉଥିଲେ । ଏହି ସମୟରେ ପୁଷ୍ପରାଜ ମାଝୀ ଙ୍କୁ ବାରାହ ଆକ୍ରମଣ କରି କ୍ଷତ ବିକ୍ଷତ କରିଦେଇଥିଲା । ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇ ଚିକିତ୍ସା କରାଯାଇଛି । ଘଟଣା ସ୍ଥଳରେ ଖଡ଼ିଆଳ ସାନମହେଶ୍ୱର ଫରେଷ୍ଟର ଧର୍ମେନ୍ଦ୍ର ନାଏକ ଓ ଫରେଷ୍ଟ ଗାର୍ଡ ସରୋଜ ମାଝୀ ପହଞ୍ଚି ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଚିକିତ୍ସାରେ ସହଯୋଗ କରିଥିଲେ ।