ନାବାଳିକାଙ୍କ ସହ ସମ୍ପର୍କ ରଖି ବ୍ଲାକମେଲ ଅଭିଯୋଗ, ଧରିଲା ପୋଲିସ

0
80
ଧରିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୦/୦୬) : ବୁର୍ଲା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ ରଖି ବ୍ଲାକମେଲ କରିବା ଅଭିଯୋଗରେ ଜଣେ ଗିରଫ ।

ଗିରଫ ଅଭିଯୁକ୍ତ ଜଣକ ହେଲେ ଓ୍ୱାନ ଆର କଲୋନୀର ନରେଶ ସୁନା । ସେ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ସହ ଫଟୋ ଭିଡ଼ିଓ ଉତ୍ତୋଳନ କରିଥିଲେ । ଏହା ସହ ଫଟୋ ଭିଡିଓ ଭାଇରାଲ କରିଦେବା ନେଇ ଧମକ ଚମକ ଦେଉଥିଲେ । ଏହା ସହ ଅଭିଯୁକ୍ତ ଜଣକ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଫଳରେ ପୋଲିସ ପକ୍ସୋ ଆକ୍ଟରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ଏହାସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।