ଯୁବକଙ୍କ ଗାଡି ଧକ୍କାରେ ଶୋଚନୀୟ ମୃତ୍ୟୁ : କାରଣ ଅସ୍ପଷ୍ଟ

0
69
ଯୁବକଙ୍କ ଗାଡି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, (୨୦/୦୫) : ଥାନା ଅନ୍ତର୍ଗତ ମାରଲାଡ଼ ଗ୍ରାମ ର ଉନ୍ଦେର ନଦୀ ବ୍ରିଜ ରେ ଜଣେ ଯୁବକଙ୍କ ଗାଡି ରୁ ପଡ଼ି ଶୋଚନୀୟ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।

ପ୍ରକାଶ ଯେ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦର୍ଲୋ ଗ୍ରାମ ର ଶରତ ରଣା (୨୦) ନାମକ ଜଣେ ଯୁବକ ତାଙ୍କ ବାଇକ ରେ ଦର୍ଲୋ ଗ୍ରାମ ରୁ ଉକ୍ତ ବ୍ରିଜ ଦେଇ ମାରଲାଡ଼ ଗ୍ରାମ ର ଉକ୍ତ ବ୍ରିଜ ଦେଇ ଦର୍ଲୋ ନିଜ ଗ୍ରାମ ଯିବା ବେଳେ କୌଣସି କାରଣ ବଶତଃ ବ୍ରିଜ କଡ଼ରେ ଥିବା ଖମ୍ବ ରେ ଯୁବକଙ୍କ ଗାଡି ଧକ୍କା ହୋଇଥିଲା ଓ ସେ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ବରଣ କରି ଥିବା ଜଣା ପଡ଼ିଛି । ତାଙ୍କ ମୃତ୍ୟୁ କୁ ନେଇ ଗ୍ରାମ ରେ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।