ଝୁଲନ୍ତା ଅବସ୍ଥାରେ ଥିବା ମୃତ ଶରୀର କୁ ଠାବ କଲା ପୁଲିସ

0
730
ଝୁଲନ୍ତା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୧/୬) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଧିନସ୍ଥ ଭେଜା ଗାଁ ନିକଟସ୍ଥ ଆମ୍ବ ତୋଟାରେ ଝୁଲନ୍ତା ଅବସ୍ଥାରେ ଥିବା ମୃତ ଶରୀରକୁ ପୁଲିସ ଠାବ କରିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ କୌଣସିସୂତ୍ର ରୁ ଖବରପାଇ ସ୍ଥାନୀୟ ପୁଲିସ ଏଏସ ଆଇ ମୁତାଲି ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ର ଏସ ଆଇ ବଳରାମ ବେହେରା ଙ୍କୁ ଘଟଣା ବିଷୟରେ ଜଣେଇବାରୁ ଅଗ୍ନିଶମ ବିଭାଗ ଝୁଲନ୍ତା ଅବସ୍ଥାରେ ଥିବା ମୃତ ଶରୀରକୁ ଉଦ୍ଧାର କରି ସ୍ଥାନୀୟ ପୁଲିସ କୁ ହସ୍ତାନ୍ତର କରିଥିଲେ । ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଶବ ଜବତ କରିବା ପରେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି କହିଛନ୍ତି । ମୃତ କେଶବ ନାୟକ ଠାରୁ ଯାଞ୍ଚ କରିବାରୁ ତାଙ୍କ ନିକଟରୁ ବ୍ୟାଙ୍କ ପାସ ବହି ରହିଥିବା ବେଳେ ବ୍ୟାଙ୍କ ପାସ ବହି ର ପ୍ରଥମ ପୃଷ୍ଠା ଚିରା ହୋଇଛି, ସେହି ପରି ଆଧାର କାର୍ଡ ପଛ ପଟରୁ ଚିରାହୋଇ ରହିଛି । ଟର୍ଚ୍ଚ ଲାଇଟ, ବ୍ୟାଙ୍କ ପାସ ବହି, ଓ ଆଧାର କାର୍ଡ ଜବତ କରିଛି ପୁଲିସ ।

ଉକ୍ତ ଲୋକ କାଶୀପୁର ବ୍ଲକ ଅଡାଜର ପଞ୍ଚାୟତର ଶୋରିଷ ବାଡ଼ି ଗାଁ’ର କେଶବ ନାୟକ ବୋଲି ଜଣାପଡିଛି । ସେ ନିଜ ଲୁଙ୍ଗି ସାହାଯ୍ୟରେ ଏକ ଆମ୍ବ ଗଛରେ ଝୁଲି ରହିଥିବା ଦେଖି ଭେଜା ଗ୍ରାମର କିଛି ଲୋକମାନେ ଆମ୍ବ ପାଇଁ ଯାଇଥିବା ବେଳକୁ ଦେଖି ପୁଲିସ କୁ ସୂଚନା ଦେଇଥିଲେ । ସେ ମୃତ ର କାରଣ ଜଣାପଡି ନାହିଁ । ମୃତ ବ୍ୟକ୍ତିଙ୍କ ଦେହରୁ ରକ୍ତ ବହୁଥିବା ଦେଖିବା କୁ ମିଳିଛି । ଏ ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ତଦନ୍ତ ପରେ ଜଣା ପଡିବ । ପରିବାର ଲୋକେ ଆସିଲେ ପ୍ରକୃତ ବିଷୟ ଜଣାପଡିବ । ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣା ପଡ଼ିନାହିଁ ।