ଉପଖଣ୍ଡ ମୁଖ୍ୟଚିକିତ୍ସାଳୟ ରେ କାର୍ଯ୍ୟରତ ଡାକ୍ତର ଙ୍କୁ ଆକ୍ରମଣ କରି ଜଣେ ଗିରଫ

0
90
ଉପଖଣ୍ଡ ମୁଖ୍ୟଚିକିତ୍ସାଳୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟଲାଗଡ, (୨୧/୦୬) : ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟଚିକିତ୍ସାଳୟ ରେ ଗତ ଶନିବାର ରାତି ପ୍ରାୟ ୧ ଘଣ୍ଟା ସମୟ ରେ କାର୍ଯ୍ୟରତ ଜଣେ ଡ଼ାକ୍ତର ଙ୍କୁ ଆକ୍ରମଣ କରିବା ନେଇ ଜଣେ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପ୍ରକାଶ ଯେ, ଗତ ମଙ୍ଗଳବାର ଦିନ ସ୍ଥାନୀୟ ନେହେରୁ ନଗର ନିବାସୀ ମୁରାରି ମିଶ୍ର ନାମକ ଜଣେ ଯୁବକ ତାଙ୍କ ଜଣେ ସଂପର୍କୀୟ ଙ୍କୁ ଟିଟଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟଚିକିତ୍ସାଳୟ ଆଣିଥିବା ବେଳେ ସେଠି କାର୍ଯ୍ୟରତ ଥିବା ଡାକ୍ତର କୃଷ୍ଣଚନ୍ଦ୍ର ପାଲ ଙ୍କ ସହ ବଚସା ହୋଇଥିଲା । ଏପରିକି ଡାକ୍ତର ଶ୍ରୀ ପାଲ ଙ୍କୁ ଆକ୍ରମଣ କରିବା ଅଭିଯୋଗ ହୋଇଥିଲା । ଏ ନେଇ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର ଙ୍କ ନେତୃତ୍ବରେ ଟିଟଲାଗଡ ଥାନାଧିକାରୀ ତଥା ଅନ୍ୟ ପୋଲିସ ଅଧିକାରୀ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଏକ ମାମଲା ରୁଜ୍ଜୁ କରି ଉକ୍ତ ଯୁବକ କୁ ତୁରନ୍ତ ଗିରଫ କରାଯାଇ ଥିଲା । ସବିଶେଷ ତଦନ୍ତ ସହ ଉକ୍ତ ମୁରାରି କୁ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରାଯାଇଛି । ତେବେ ଜଣେ କାର୍ଯ୍ୟରତ ଡାକ୍ତର ଙ୍କୁ ଆକ୍ରମଣ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି ।