ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କୁ ଭେଟିଲେ ଜିଲ୍ଲା ସରପଞ୍ଚ ସଂଘ କର୍ମକର୍ତ୍ତା

0
98
ଜିଲ୍ଲାପାଳ ବିମଳେନ୍ଦୁ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୦୬) : ସୁବର୍ଣ୍ଣପୁର ଜିଲ୍ଲା ସରପଞ୍ଚ ସଂଘ ସଭପତି ଗଣନାଥ ସାହୁଙ୍କ ନେତୃତ୍ୱ ରେ ଜିଲ୍ଲା କର୍ମକର୍ତ୍ତା ଓ ସମସ୍ତ ବ୍ଲକ୍ ସରପଞ୍ଚ ସଂଘ ସଭାପତି ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଆଜି ସୌଜନ୍ୟ ମୂଳକ ସାକ୍ଷାତ୍ କରି ଆଲୋଚନା କରିଛନ୍ତି ।WhatsApp Image 2023 06 23 at 09.26.40 1 ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କୁ ଭେଟିଲେ ଜିଲ୍ଲା ସରପଞ୍ଚ ସଂଘ କର୍ମକର୍ତ୍ତା

ବିଭିନ୍ନ ବ୍ଲକ୍ ରେ ସ୍ୱଚ୍ଛ ଭାରତ ମିଶନ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ବାର୍ଦ୍ଧକ୍ୟ ଅସହାୟ ଭତ୍ତା ପ୍ରଦାନ ଓ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ କର୍ମକର୍ତ୍ତା ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କୁ ଅବଗତ କରିଥିଲେ । ଜିଲ୍ଲାପାଳ ଶ୍ରୀ ରାୟ ଆଗାମୀ ବିଡ଼ିଓ ମାନଙ୍କ ବୈଠକରେ ଆଲୋଚନ କରି ସମାଧାନ କରିବା ପାଇଁ ପ୍ରତିଶ୍ରତି ଦେଇଥିଲେ । ଆଲୋଚନାରେ ଜିଲ୍ଲା ସରପଞ୍ଚ ସଂଘ ସାଧାରଣ ସମ୍ପାଦିକା ଶ୍ରୀୟା କର୍ମୀ, ଉଳୁଣ୍ଡ ବ୍ଲକ ସଭାପତି ଅଶୋକ ପଣ୍ଡା, ବିରମହାରାଜପୁର ବ୍ଲକ୍ ସମ୍ପାଦକ ସୂର୍ଯ୍ୟ କୁମାର ନନ୍ଦ, ବିନିକା ବ୍ଲକ ସଭାପତି ରଜତ କୁମାର ପଧାନ, ସୋନପୁର ବ୍ଲକ୍ ସଭାପତି ପ୍ରମୋଦ କୁମାର ଧରୁଆ, ଡୁଙ୍ଗୁରିପାଲି ସଭାପତି ମନୋଜ କୁମାର ପୁରୋହିତ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ନୁଆଇଁ ଧନ୍ୟ ବାଦ ଦେଲେ ।