ପାଣି ପାଇଁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା

0
79
ପାଣି ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୩/୦୬) : ପାଣି ପାଇଁ ବ୍ଲକ କାର୍ଯ୍ୟାଳୟ ରେ ତାଲା ମାରିଲେ ମହିଳା l ଏଭଳି ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ l

ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ଭିତରେ ପୁଣି ଜଳକଷ୍ଟ ମହିଳାଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ କରୁଛି l କଣ୍ଟାମଳ ସହରର ଅନେକ ଅଞ୍ଚଳ ରେ ନଳକୂପ ଅଚଳ ରହିଥିବା ବେଳେ ଜଳ ଯୋଗାଣ ବ୍ୟବସ୍ଥା ରେ ମଧ୍ୟ ଅବ୍ୟବସ୍ଥା ରହିଛି l ପାଣି ପାଇଁ ବାରମ୍ବାର ଲୋକମାନେ ସ୍ଥାନୀୟ ବ୍ଲକ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ପାଖରେ ଗୁହାରି କଲାପରେ ମଧ୍ୟ ଫଳ କିଛି ହେଉନାହିଁ l ଶେଷରେ ଆଜି ଶତାଧିକ ମହିଳା ବ୍ଲକ କାର୍ଯ୍ୟାଳୟ ରେ ତାଲାମାରି ଧାରଣାରେ ବସି ରହିଛନ୍ତି l ସହର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଧୁରା ନଗଲେ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି l