ଗିରଫ ହେଲେ ପ୍ରଭୁ ଲିଙ୍ଗରାଜ ଙ୍କ ୪ ସେବାୟତ

0
117
ଗିରଫ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୪/୦୬) : ରାଜ୍ୟ ବାହାରୁ ଆସୁଥିବା ଭକ୍ତ ମାନଙ୍କୁ ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିବା ସହ ସେମାନଙ୍କୁ ଭୟଙ୍କର ପରିଣାମର ଧମକ ଦେଇ ବଳପୂର୍ବକ ଟଙ୍କା ଓ ଅଳଙ୍କାର ଆଦାୟ କରିବା ଅଭିଯୋଗରେ ୪ଜଣ ସେବାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲିଙ୍ଗରାଜ ଥାନା ପୁଲିସ ।

ଅଭିଯୁକ୍ତ ମାନେ ସର୍ବର୍ଦା ନିଶାସକ୍ତ ଅବସ୍ଥାରେ ରହିବା ସହ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଭକ୍ତ ମାନଙ୍କୁ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାରେ ପକାଉଥିଲେ । ଏ ନେଇ ଲିଙ୍ଗରାଜ ଥାନା ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ ପାଇଁ ଚେଷ୍ଠା ଜାରି ରହିଛି ।