ଆଜବେଷ୍ଟ ତାଡି ସୁନା ଦୋକାନରୁ ଲୁଟି ନେଲେ ସୁନା

0
91
ଆଜବେଷ୍ଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୨୫/୦୬) : ଗତକାଲି ବିଳମ୍ବିତ ରାତିରେ ଆଳି ନୂଆବଜାର ସ୍ଥିତ ଏକ ଅଳଙ୍କାର ଦୋକାନରୁ ଆଜବେଷ୍ଟ ତାଡି ଲକ୍ଷାଧିକ ଟଙ୍କା ର ସୁନା ଅଳଙ୍କାର ଚୋରି ହୋଇଥିବା ଦେଖିବାକୁ ମିଳିଛି l

ଆଜବେଷ୍ଟ ତାଡି ସୁନା ଅଳଙ୍କାର ଚୋରି ଘଟିଛି ଆଳି ଥାନା ରୁ ମାତ୍ର ପାଞ୍ଚସହ ମିଟର ଦୂରରେ । ତେବେ ଆଳି ଅଞ୍ଚଳରୁ ବାରମ୍ବାର ଏଭଳି ଚୋରି ହେଉଥିବା ବେଳେ ଥାନା ର ପାଞ୍ଚ ସହ ମିଟର ଦୂରରୁ ଅଳଙ୍କାର ଦୋକାନ ଆଜବେଷ୍ଟ ତାଡି ଡକାୟତି ଘଟଣା କୁ ପୋଲିସ ନିଷ୍କ୍ରିୟତାକୁ ପ୍ରମାଣ କରିଛି । ଡ଼କାୟତ ମାନେ ଦୋକାନ ଭିତରେ ପଶି ସିସି କ୍ୟାମେରାକୁ ଭାଙ୍ଗି ଏଭଳି ଚୋରି କରିଥିବା ଆଜି ସକାଳୁ ଅଳଙ୍କାର ଦୋକାନୀ ଦୋକାନ ଖୋଲିବା ପରେ ଜାଣିବାକୁ ପାଇଛନ୍ତି l ଏ ନେଇ ଅଳଙ୍କାର ଦୋକାନୀ ଆଳି ଥାନା ରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଛି ।