ହତ୍ୟାକାରୀକୁ ଛାଡି ଦେଲା ପୋଲିସ, ଥାନା ଘେରାଉ କଲେ ଗାଁ ଲୋକେ

0
69
କଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୫/୦୬) : ହତ୍ୟାକାରୀ ହୋମଗାର୍ଡ ର ପୁଅ ବୋଲି ଅଭିଯୁକ୍ତକୁ ପୋଲିସ ଛାଡି ଦେଇଥିବାରୁ ତୁରେକେଲା ଥାନା ଘେରାଉ କଲେ ଉତ୍ୟକ୍ତ ଲୋକେ ।

ଗତ ୧୯ ତାରିଖ ଦିନ ତୁରେକେଲା ଥାନା ଘୁନେସ ଗାଁ ର ଦିବା ସଗରିଆ ଙ୍କୁ ଗାଡି ମଡାଇ ହତ୍ୟା କରିଥିଲା ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ବୁର୍ଲା ମେଡିକାଲ ରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତୁରେକେଲା ଥାନା ପରିସର ରେ ଉତ୍ତେଜନା ପରିସ୍ଥିତି ଜାରି ରହିଛି ।ପୋଲିସ ବୁଝାସୁଝା କଲେ ମଧ୍ୟ ଜିଦରେ ଅଟଳ ଅଛନ୍ତି ଉତ୍ୟକ୍ତ ଲୋକେ । ଅଭିଯୁକ୍ତକୁ ଛାଡି ଦେଇ ମୃତକଙ୍କ ପରିବାରକୁ ପୋଲିସ ବିଭିନ୍ନ ପ୍ରତିଶ୍ରୁତି ଦେଇଥିବାରୁ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।