‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩ – ଆଜି ଛୋଟ କାଲି ଉସ୍ତାଦ ଅଡିସନ

0
72
ସାରେଗାମାପା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୨୮/୦୬) : ଜୀ-ସାର୍ଥକରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସାନ ପିଲାଙ୍କ ପାଇଁ ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩ – ଆଜି ଛୋଟ କାଲି ଉସ୍ତାଦ’।

ଏହି ମେଗା ରିଆଲିଟି ସୋ’ ପୁଣିଥରେ ଦର୍ଶକଙ୍କ ପାଖକୁ ଫେରୁଛି । ଜୀ ସାର୍ଥକ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ପ୍ଲାଟ୍ ଫର୍ମ । ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୁନି କଳାକାରମାନଙ୍କୁ ଭରପର ସୁଯୋଗ ମିଳୁଛି । ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମଞ୍ଚ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା– ଲିଟିଲ ଚାମ୍ପ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି । ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩ – ଆଜି ଛୋଟ କାଲି ଉସ୍ତାଦ’ ପାଇଁ ଅଡିସନ୍ ଖୁବ୍ ଶୀଘ୍ର ଓଡ଼ିଶାର କିଛି ପ୍ରମୁଖ ସହରରେ ଭିନ୍ନ ଭିନ୍ନ ତାରିଖରେ ହେବାକୁ ଯାଉଛି, ଯେପରିକି ଜୁଲାଇ ୧ ତାରିଖରେ ପୁରୀର ସୁବାଷ ବୋଷ ଛକ ନିକଟରେ ଥିବା ସଂସ୍କୃତି ଭବନରେ ଓ ଜୁଲାଇ ୨ ତାରିଖ ଭୁବନେଶ୍ବରରେ ୟୁନିଟ୍ ୧ ରେ ଥିବା କସ୍ତୁରବା ନାରୀ ମହଲରେ ଅଡିସନ୍ ହେବାର କାର୍ଯ୍ୟକ୍ରମ ରହିଛି ।

ଭାଗ ନେବା ପାଇଁ ବୟସ ସୀମା ୫ ବର୍ଷରୁ ୧୫ ବର୍ଷ ରହିଛି । ‘ସାରେଗାମାପା– ଲିଟିଲ ଚାମ୍ପ ୨୦୨୩’ ରେ ଭାଗ ନେବାପାଇଁ ଜୀସାର୍ଥକ ଦେଖିବା ସହ ଜଲଦି ଜୀ-ସାର୍ଥକର ସୋସିଆଲ ମିଡ଼ିଆ ପେଜ୍ ରେ ଯୋଡ଼ି ହୋଇ ନିଜ ସ୍ବପ୍ନକୁ ପୂରଣ କରନ୍ତୁ । ଏଥର ଲୋକପ୍ରିୟ ଗାୟକ ଓ ଗାୟିକା ଓ ସଙ୍ଗୀତ ନିର୍ଦେଶକ ଜୁରୀ ବା ବିଚାରକ ଆସନ ଅଳଙ୍କୃତ କରିବେ ଯେଉଁମାନଙ୍କ ମଧ୍ୟରେ ଅଛନ୍ତି କ୍ରୀଷ୍ଣା ବେଉରିଆ, ଅସୀମା ପଣ୍ଡା ଓ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । ‘ସାରେଗାମାପା’ ହେଉଛି ଓଡ଼ିଶା ଟିଭି ଦୁନିଆରେ ସବୁଠାରୁ ବଡ ମ୍ୟୁଜିକ ରିୟାଲିଟି ସୋ । ଏହି ସୋ ମାଧ୍ୟମରେ ଓଡିଶାର କୋଣ ଅନୁକୋଣରୁ ଅନେକ ବର୍ଗର କଳାକାରମାନେ ଢ଼େର ସୁଯୋଗ ପାଇଥାନ୍ତି । ଏମିତିକି ଏହି ରିୟଲିଟି ସୋରୁ ଅନେକ ନାମୀ କଣ୍ଠଶିଳ୍ପୀ ଏବେ ଓଡିଶା ସଂଗୀତ ଦୁନିଆରେ ପ୍ରତିଷ୍ଠିତ ହୋଇଛନ୍ତି । ସେମାନଙ୍କ ଭଳି ନୂଆ ପିଢ଼ୀର କଣ୍ଠଶିଳ୍ପୀମାନେ ଏହି ବଡ ପ୍ଲାଟଫର୍ମରେ ନିଜକୁ ପ୍ରମାଣିତ କରିପାରିବେ । ଏଥର ଆହୁରି ବଡ ଧରଣର ହେବାକୁ ଯାଉଛି ‘ସାରେଗାମାପା– ଲିଟିଲ ଚାମ୍ପ ୨୦୨୩’ ।