ଜିଲ୍ଲାପାଳ ରାୟଗଡ ଙ୍କ ବିଷମକଟକ ପଂଚାୟତ ସମିତିର ବିଭିନ୍ନ ଗ୍ରାମ କ୍ଷେତ୍ର ପରିଦର୍ଶନ

0
225

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,(୨୭/୦୮) : ଜିଲ୍ଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ର ବିଷମକଟକ ପଂଚାୟତ ସମିତି ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ l ବେଥିଆପଡା ଗ୍ରାମ ପଂଚାୟତର ପ୍ରଥମେ ବେଥିଆପଡା ଗ୍ରାମର ୟୁ.ଜି.ଏମ୍‌.ଇ ସ୍କୁଲ ଡାଇନିଙ୍ଗ ହଲ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ। ଯାହାକି ପାଞ୍ଚ ଲକ୍ଷ ଟଙ୍କାର ଅଟକଳ ରାଶିରେ ନିର୍ମିତ ହୋଇଛି la8780cdb e989 46fe 87b7 859f52c9e191 ଜିଲ୍ଲାପାଳ ରାୟଗଡ ଙ୍କ ବିଷମକଟକ ପଂଚାୟତ ସମିତିର ବିଭିନ୍ନ ଗ୍ରାମ କ୍ଷେତ୍ର ପରିଦର୍ଶନ

ଜିଲ୍ଲାପାଳ ରାୟଗଡ ଏଥିସହ ମିଶନ ଶକ୍ତି ଗୃହ ମଧ୍ୟ ପରିଦର୍ଶନ କରି ସମସ୍ତ ଅଧିକାରୀ ଉକ୍ତ କାର୍ଯ୍ୟଟିକୁ ଠିକ ସମୟରେ ସମ୍ପୂର୍ଣ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଗ୍ରାମବାସୀଙ୍କୁ ସରକାରଙ୍କର ଜଳ ଯୋଗାଣ, ବିଦ୍ୟୁତ କରଣ, ବାର୍ଧକ୍ୟ ଭତା, ପିଡିଏସ୍‌, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଇତ୍ୟାଦି ସମସ୍ୟା ପଚାରି ବୁଝିଥିଲେ । ଛତୁଚାଷ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମ୍ପର୍କରେ ଫୁଲଗୁଡା ପରିଦର୍ଶନ କରିଥିଲେ । ମୋ ସ୍କୁଲ ଅଧୀନରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଇ-ଲାବ ଏବଂ ଶୌଚାଳୟ ଇତ୍ୟାଦି ପଂଚାୟତ ଉଚ୍ଚ ବିଦ୍ୟାଳୟ, ଦୁର୍ଗୀ ପରିଦର୍ଶନ କରି ଦେଖିଥିଲେ ଏବଂ ସହାୟକ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ପ୍ରଧାନ ଶିକ୍ଷକ ଉକ୍ତ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ ସମ୍ପୂର୍ଣ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଓଡିଶା ଜୀବିକା ମିଶନ ତରଫରୁ ଝାଡୁ ଓ ତେନ୍ତୁଳି ଉତ୍ପାଦନ ମାନ ବୃଦ୍ଧି ବିଷୟରେ ଏସ୍‌.ଏଚ୍‌.ଜି ସଭ୍ୟ ମାନଙ୍କ ଅବଗତ କରାଇଥିଲେ । ସେମାନଙ୍କୁ ଝାଡୁ ଓ ତେନ୍ତୁଳି ପ୍ରକ୍ରୀୟାରୁ ଅର୍ଥ ରୋଜଗାର କରିବାର ଉପାୟ ବୁଝାଇଥିଲେ । ଚାଟିକଣା ପରିଦର୍ଶନ କରି ସପୁରୀପଣଷ ପ୍ରକ୍ରୀୟା ୟୁନିଟ, ଚାଟିକଣା ଭିତିପ୍ରସ୍ତର ଅନୁଧ୍ୟାନ କରି କମୁନିଟିକୁ ହସ୍ତାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ ।

ଉକ୍ତ ପରିଦର୍ଶନରେ ଯୋଗଦାନ କରିଥିଲେ । ପରିଶେଷରେ ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ, ଅତିରିକ୍ତ ପ୍ରକଳ୍ପ ଅଧିକାରୀ (ଓରମାସ) ଏବଂ ଅନ୍ୟମାନେ ଅନୁଧାବନ ହୋଇ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରି ରାୟଗଡା ଅଭିମୁଖେ ଯାତ୍ରା କରିଥିଲେ ।