1. Big News : ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ଗୁରୁପୂର୍ଣ୍ଣିମା ପାଳିତ

0
262
ସେଞ୍ଚୁରିଅନ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ଼ା, (୦୩/୦୭/) : ଗୁରୁପୂର୍ଣ୍ଣିମା ପର୍ବ ପ୍ରତ୍ଯେକ ବର୍ଷ ଆଷାଢ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ହିନ୍ଦୁ ଧର୍ମରେ ଗୁରୁଙ୍କୁ ଈଶ୍ବରଙ୍କ ଠାରୁ ଶ୍ରେଷ୍ଠ ବୋଲି କୁହାଯାଇଥାଏ।e1226576 3b79 4aa4 b6f8 8006089b8c61 1. Big News : ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ଗୁରୁପୂର୍ଣ୍ଣିମା ପାଳିତ

ଏହି ପରିପରେକ୍ଷୀରେ ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଗୁରୁପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପତାଞ୍ଜଳି ଯୋଗ ଆଚାର୍ଯ୍ୟ ଶ୍ରୀମାନ ରାଜେଶ ଯୋଗୋଦେଇ ପୌରାଣିକ ସମୟର ବିଭିନ୍ନ ଗୁରୁଙ୍କ ବିଷୟରେ ଆଲୋକପାତ କରିବା ସହ ହୋମ ଯଜ୍ଞ କରି ସମସ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ ବିଷୟରେ ଛାତ୍ରଛାତ୍ରଙ୍କୁ ଉଦବୋଧନ ଦେଇଥିଲେ। ସେହପରି ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ରାଜେଶ କୁମାର ପାଢ଼ୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗୁରୁପୂର୍ଣ୍ଣିମା ର ମହତ୍ତ୍ଵ ଓ ଜୀବନରେ ଗୁରୁଙ୍କ ଆବଶ୍ୟତା ସମ୍ପର୍କରେ ଛାତ୍ରଛାତ୍ରଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ।