କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୱେବ ପୋର୍ଟାଲ ଲୋକାର୍ପଣ 1. Best Web Portal Launched for Health Insurance Scheme

0
136
କର୍ମଜୀବୀ ସାମ୍ବାଦିକ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୭/୦୭) : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୱେବ ପୋର୍ଟାଲ ଶୁଭlରମ୍ଭ କରିଛନ୍ତି lWhatsApp Image 2023 07 07 at 17.33.03 1 କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୱେବ ପୋର୍ଟାଲ ଲୋକାର୍ପଣ 1. Best Web Portal Launched for Health Insurance Scheme

ଆଜିଠାରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଅନୁମୋଦିତ ସମସ୍ତ ଛପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମରେ କର୍ମଜୀବୀ ସାମ୍ବାଦିକ ମାନେ ଅନଲାଇନ ମାଧ୍ୟମରେ ସ୍ୱାସ୍ଥ୍ୟ ବୀମା ନିମନ୍ତେ ଆବେଦନ କରିପାରିବେ l ରାୟଗଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ପ୍ରତିନିଧି ମାନଙ୍କୁ ଜଣେଇ ଦିଆ ଯାଉଛି କି ସରକାରଙ୍କ ତରଫରୁ ନବୀକରଣ (renewal) / ନୂତନ ଭାବେ ଆବେଦନ କରିବା ପାଇଁ ଆଜିଠାରୁ ଅନଲାଇନ ମାଧ୍ୟମରେ ଦରଖାସ୍ତ ଆହ୍ଵାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ଆବେଦନ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ମାସ ୭/୦୮/୨୩ ପର୍ଯ୍ୟନ୍ତ ଗୋଟିଏ ମାସ ଧରି ଚାଲିବ ଏବଂ ପୋର୍ଟାଲ ଆପେ ବନ୍ଦ ହୋଇଯିବ l ସୂଚନା ଓ ଲୋକସମ୍ପର୍କ ବିଭlଗ ଦ୍ୱାରା ଅନୁମୋଦିତ ଗଣମାଧ୍ୟମର ପ୍ରତିନିଧି ମାନେ ନିଜେ ନିଜେ ଦରଖାସ୍ତ ଅନ ଲାଇନରେ ଦାଖଲ କରିବେ । ଏଥି ନିମନ୍ତେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଜନ୍ମ ପ୍ରମାଣ ପତ୍ର, ଶିକ୍ଷାଗତ ପ୍ରମାଣ ପତ୍ର, ମିଡ଼ିଆ ହାଉସରୁ ଅଥରାଇସନ ଲେଟର, ନବିକୃତ ପ୍ରେସ ପରିଚୟ ପତ୍ର, ଆଦି ଅପଲୋଡ଼ କରିବେ ।