ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ 1. Best Forest festival program at GIET Univerisity

0
92
ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୦୭/୦୭) : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଗୁଣୁପୁର ବନଖଣ୍ଡର ମିଳିତ ସହଯୋଗରେ ବନ ମହୋତ୍ସବ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 07 07 at 17.33.11 ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ 1. Best Forest festival program at GIET Univerisity

ଏହି ଅବସରରେ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡ଼ : ଏ ଭି ଏନ ଏଲ ଶର୍ମା, ରେଜିଷ୍ଟ୍ରାର ଡ଼ : ଏନ .ଭି . ଜଗନ୍ନାଧା ରାଓ ,ଡିନ ସ୍କୁଲ ଅଫ ଇଂଜିନିରିଂ ଆଣ୍ଡ ଟେକ୍ନୋଲୋଜି ଡ଼ : ଏ ବି ଶ୍ରୀନିବାସ ରାଓ, ପରୀକ୍ଷା ନିରୀକ୍ଷକ ପ୍ରଫେସର ପି ବିଜୟ କୁମାର ପ୍ରମୁଖ ଯୋଗ ଦେଇ ପ୍ରଥମେ ଚାରା ରୋପଣ କରିଥିଲେ । ଗୁଣୁପୁର ବନଖଣ୍ଡର ସହକାରୀ ବନାଞ୍ଚଳ ଅଧିକାରୀ ନୀଳ ମାଧବ ପାଢ଼ୀ, ବନପାଳ ଶିବାନୀ ପାତ୍ର, ବନରକ୍ଷୀ ପୂର୍ଣ୍ଣ ଚନ୍ଦ୍ର ପାତ୍ର ସହ ଅନ୍ୟାନ କର୍ମଚାରୀ ଯୋଗଦେଇ ଥିଲେ ।

ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼: ପ୍ରେମନସୁ ଶେଖର ରଥ, ବାଣୀ ପ୍ରସାଦ ନାୟକ, ଘନିଷ୍ଠ ପୃଷ୍ଟି, ପ୍ରମୋଦ ପଣ୍ଡା, କ୍ରୀଡା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା, ବ୍ରଜ କିଶୋର ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇ ଚାରା ରୋପଣ କରିଥିଲେ ।