ଅଲଡା ଗ୍ରାମ ଆଦର୍ଶ ବିଦ୍ୟାଳୟ ଠାରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ # 1 Best Special Conference with Teacher and parent

0
85
ଅଲଡା ଗ୍ରାମ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୮/୭) : କାଶୀନଗର ବ୍ଲକର ଅଲଡା ଗ୍ରାମ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟ ଠାରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଅଲଡା ଗ୍ରାମ ବିଦ୍ୟାଳୟର ଅଧ୍ୟକ୍ଷ ଏସ.କେ.ମଇଁମୁର ସୁଲତାନଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ବୈଠକରେ ସମସ୍ତ ଅଭିଭାବକ ଯୋଗ ଦେଇ ଥିଲେ | ଅଧ୍ୟକ୍ଷ ଶ୍ରୀ ସୁଲତାନ ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ର ଗଠନ, ଶିକ୍ଷାର ବିକାଶ ନିମନ୍ତେ ଉଭୟ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିନା ଚେଷ୍ଟରେ ହୋଇ ପାରିବ ନାହିଁ ବୋଲି ବକ୍ତବ୍ୟ ରଖି ଏହି ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଆମ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସର୍ବଦା ଚେଷ୍ଟା କରୁଥିବା କଥା ପ୍ରକାଶ କରିଥିଲେ ।

ସହକାରୀ ଶିକ୍ଷକ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ ପାଠ ପଢିବା ସହ ସେମାନଙ୍କ ଠାରେ ଥିବା ଲୁକ୍କାୟିତ ପ୍ରତିଭା କିପରି ବିକଶିତ ହୋଇ ପାରିବ ସେଥିପାଇଁ ପିତା ମାତାଙ୍କ ପରାମର୍ଶ ଜରୁରୀ ଥିବା କହି ପିଲା ମାନେ ଯଦି କିଛି ଭୁଲ ବାଟରେ ଯାଉଥିବେ ତେବେ ଶୀଘ୍ର ସେମାଙ୍କୁ ସେଠାରୁ ନିବୃତ ହେବା ପାଇଁ କହିଥିଲେ ।

ବୈଠକ ଶେଷରେ ଛାତ୍ରଛାତ୍ରୀମାନେ ଅଭିଭାବକ ମାନଙ୍କ ଠାରେ ୧୮ ଘଣ୍ଟା ରହୁଥିବା ବେଳେ ବିଦ୍ୟାଳୟ ମଧ୍ୟରେ 6ଘଣ୍ଟା ବିତେଉ ଛନ୍ତି ତେଣୁ ଅଭିଭାବକ ମାନେ ନିଜ ପିଲାର ଚରିତ୍ର ଗଠନ ରେ ମୁଖ୍ୟ ଭୁମିକା ନେବା ଦରକାର ବୋଲି ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସୁଲତାନ ବକ୍ତବ୍ୟ ରଖି ଅଧ୍ୟୟନ ରତ ଛାତ୍ରୀ ମାନେ ହଷ୍ଟେଲରେ ରହିବାକୁ ଚାହିଁଲେ ରହିପାରିବେ ବୋଲି ବକ୍ତବ୍ୟ ଦେଇଥିଲେ । ଆଦର୍ଶ ବିଦ୍ୟାଳୟ ଯେ ହେତୁ କାଶୀନଗର ବ୍ଲକ ଠାରୁ ୧୮ କି ମି ଦୂରରେ ରହିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କ ମୋ ବସ ଯୋଜନା ଦ୍ୱାରା ଏକ ବସ ଚଳାଚଳ କଲେ ବହୁ ଛାତ୍ର ଛାତ୍ରୀ ଉପକୃତ ହୋଇଥାନ୍ତେ ବୋଲି ପ୍ରଶାସନ ନିକଟରେ ଅଭିଭାବକ ମାନେ ନିବେଦନ କରିଛନ୍ତି. ଶେଷରେ ଶିକ୍ଷୟିତ୍ରୀ ସନ୍ତୋଷିନୀ ପାଢ଼ୀ ଉପସ୍ଥିତ ଥିବା ଅଭଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ ।