ରାଜଇନ୍ଦିରା ଚେରିଟେବୁଲ ଟ୍ରଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ- 1st Best Laying of foundation-Rajindira Charitable Trust

0
78
ରାଜଇନ୍ଦିରା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୯/୭) : ରାଜଇନ୍ଦିରା ଚେରିଟେବୁଲ ଟ୍ରଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ- କଥାରେ ଅଛି ” ମାନବ ସେବା ହିଁ ମାଧବ ସେବା ” । ଏହି ଉକ୍ତିକୁ ଚରିତାର୍ଥ କରିବା ଉଦ୍ଦେଶ୍ୟରେ ଅସହାୟକୁ ସହାୟ ଓ ଅନାଥକୁ ସାହାରା ଦେବାର ଲକ୍ଷ ନେଇ ଗୁଣପୁରର ବରିଷ୍ଠ ଆଇନଜୀବି ଦମ୍ପତି ଶ୍ରୀ ରାଜେନ୍ଦ୍ର ପ୍ରସାଦ ପାଢ଼ୀ ଓ ଶ୍ରୀମତୀ ଇନ୍ଦିରା ପାଢ଼ୀ ସ୍ବପ୍ନ ଦେଖିଥିଲେ ।WhatsApp Image 2023 07 09 at 14.56.02 ରାଜଇନ୍ଦିରା ଚେରିଟେବୁଲ ଟ୍ରଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ- 1st Best Laying of foundation-Rajindira Charitable Trust

ଏହାର ଫଳ ସ୍ବରୂପ ୨୦୧୦ ମସିହାରେ ରାଜଇନ୍ଦିରା ଚେରିଟେବୁଲ ଟ୍ରଷ୍ଟର ପରିକଳ୍ପନା କରି ଏହାକୁ ପଞ୍ଜିକୃତ କରିଥିଲେ । ଦୀର୍ଘ ୧୩ ବର୍ଷ ସଂଘର୍ଷ ପରେ ଆଜି ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ବାରା ଏହି ଟ୍ରଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର କୁମାର ଦାସ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ହୋଇଥିଲେ । ଅତିଥି ମାନଙ୍କ ଦ୍ଵାରା ଟ୍ରଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଟ୍ରଷ୍ଟର ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପାଢ଼ୀ ନିଜ ଅଭିଭାଷଣରେ କହିଥିଲେ ଯେ, ମନୁଷ୍ୟକୁ ସୁସ୍ଥ ଜୀବନ ଯାପନ କରିବାକୁ ହେଲେ ଆମ ଦୈନନ୍ଦିନ ଜୀବନରେ ଯୋଗ ନିହାତି ଆବଶ୍ୟକ ।

ତେଣୁ ଏହି ଟ୍ରଷ୍ଟ ତରଫରୁ ଏକ ଯୋଗ କେନ୍ଦ୍ର ଏବଂ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅନାଥ ଅସହାୟଙ୍କ ନିମନ୍ତେ ଏକ ଅନାଥ ଆଶ୍ରମର ପ୍ରତିଷ୍ଠା କରି ଦୁଃଖି ରଙ୍କିଙ୍କ ସେବା କରିବା ମୋର ମୂଳ ଲକ୍ଷ୍ୟ । କିନ୍ତୁ ଏହି ମହାନ କାର୍ଯ୍ୟ ଜନସାଧାରଣ ଓ ସରକାରଙ୍କ ସାହାଯ୍ୟ ସହଯୋଗ ବିନା ସମ୍ଭବ ନୁହେଁ ବୋଲି କହିଥିଲେ । ଏହି ଅବସରରେ ସେ ତାଙ୍କର ସମସ୍ତ ସମ୍ପତ୍ତି ରାଜଇନ୍ଦିରା ଚେରିଟେଵୁଲ ଟ୍ରଷ୍ଟକୁ ଦାନ କରିବା ସହ ମରଣୋତ୍ତର ନିଜର ସମସ୍ତ ଅଙ୍ଗ ଓ ଶରୀର ଦାନ କରିବାକୁ ଘୋଷଣା କରିଥିଲେ । ଉପସ୍ଥିତ ଅତିଥିମାନେ ଆଇନଜୀବି ଦମ୍ପତିଙ୍କ ତ୍ୟାଗ ଓ ସମର୍ପଣ ମନୋଭାବକୁ ପ୍ରଶଂସା କରିବା ସହ ଏହି ମହାନ କାର୍ଯ୍ୟରେ ସେମାନଙ୍କ ପୁର୍ଣ୍ଣ ସହଯୋଗ ରହିବ ବୋଲି କହିଥିଲେ ।