ଓଡ଼ିଶା ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଶେଷରେ ବିକଳ୍ପ ନବୀନ ନିବାସ ଘେରାଉ-1 Best Strike at Naveen Nivas

0
74
ଆଉଟ୍ ସୋର୍ସିଙ୍ଗ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୯/୦୭) : ସୁବର୍ଣ୍ଣପୁର ଆଉଟ୍ ସୋର୍ସିଙ୍ଗ କର୍ମଚାରି ମହାସଂଘ ସୋନପୁର ଶାଖା ତରଫରୁ ସୁବର୍ଣ୍ଣପୁର N.G.O.C.C.ହଲ ରେ ସଂଘ ର ଏକ ବୈଠକ ହୋଇ ଯାଇଛି ।

ପୂର୍ବରୁ ସରକାରଙ୍କୁ ଦେଇଥିବା ଆଉଟ୍ ସୋର୍ସିଙ୍ଗ କର୍ମଚାରୀଙ୍କ କୌଣସି ଦାବୀକୁ ସରକାର କର୍ଣ୍ଣପାତ କରୁ ନ ଥିବା ବିଷୟ ଆଜି ଅଭିଯୋଗ କରିଛନ୍ତି । ଆସନ୍ତା କାଲି ଜୁନ ୧୦ ରୁ ୧୫ ପର୍ଯ୍ୟନ୍ତ କଳା ବେଚ୍ ପିନ୍ଧି ନିଜ ନିଜ କାର୍ଯ୍ୟାଳୟ ରେ କାମ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛନ୍ତି । ଜୁନ ୧୯ ତାରିଖ ରେ ପଶ୍ଚିମ ଓଡ଼ିଶା ର ୧୨ ଟି ଜିଲ୍ଲା ଆଉଟ୍ ସୋରସିଙ୍ଗ କର୍ମଚାରୀ ସମ୍ବଲପୁର RDC ଅଫିସ ଘେରାଉ କରିବେ। ୟା ପରେ ଯଦି ସରକାର କର୍ଣ୍ଣପାତ ନ କରନ୍ତି ଚଳିତ ମାସ ଜୁଲାଇ ୩୧ ତାରିଖ ରେ ନବୀନ ନିବାସ ଆଗରେ ଘେରାଉ କରିବୁ ବୋଲି ଆଜି ଚୂଡାନ୍ତ ପ୍ରସ୍ତୁତି ହୋଇଥିବା ବିଷୟ ସଂଘ ସଭାପତି ନରହରି ମହାପାତ୍ର, ସମ୍ପାଦକ ବିକାଶ ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।