1. Exclusive News-ଲେପ୍ରା ସୋସାଇଟି ଠାରେ ସ୍ୱଚ୍ଛ ଭାରତ ପକ୍ଷ ରୁ ବୃକ୍ଷ ରୋପଣ ଓ ସଚେତନ କାର୍ଯ୍ୟକ୍ରମ

0
66
ଲେପ୍ରା ସୋସାଇଟି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୦୭) : ସୁବର୍ଣ୍ଣପୁର ର ସର୍ବ ପୁରାତନ ଅନୁଷ୍ଠାନ ଲେପ୍ରା ସୋସାଇଟି ଠାରେ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ ସହ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି l

ଏହି ଲେପ୍ରା ସୋସାଇଟି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁରର ଅବସର ପ୍ରାପ୍ତ ନେଭି କୋମଡର ମେଜର ମଧୁ ସୁଦନ ପୁଜାହାରୀ ଅତିଥି ଭାବେ ଯୋଗ ଦେଇ “ସେବୀ ତବ୍ୟୋ ମହା ବୃକ୍ଷହଃ” ” ଫଳ ଛାୟା ସମ୍ମନ୍ୱିତେ” ” ଯଦି ଦେବା ଫଳମ ନାସ୍ଥି” ଛାୟା କେନ ନିବାର୍ଯ୍ୟତେ ” ଯଦି ଗୋଟେ ବଡ଼ ଗଛ କୌଣସି ଦୁର୍ବିପାକ କାରଣ ରୁ ଫଳ ନ ଦେଲେ ଵି ହଜାର ଲୋକ ଙ୍କୁ ଛାୟା ପ୍ରଦାନ କରି ଥାଏ ବୋଲି ଚାଣକ୍ୟ ର ଉକ୍ତି କୁ ମତ ଦେଇଥିଲେ l ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର ଯୋଗ ଦେଇ ପରିବେଶ ସୁରକ୍ଷl ଉପରେ ସଚେତନ କରିଥିଲେ l ମାନବ ସମ୍ବଳ ର ସୁରକ୍ଷl ପାଇଁ ପର୍ଯ୍ୟlବରଣ ର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ମଧ୍ୟ ଅତିଥି ମାନେ ମତ ଦେଇଥିଲେ l l ଏଣୁ ପ୍ରତ୍ୟୋକ ବ୍ୟକ୍ତି ଗୋଟେ ଗଛ ଲଗାଇ ତାକୁ ଯତ୍ନ ନେବା କୁ ପରାମର୍ଶ ଜରିଥିଲେ l

ନିମ୍ବ, ଆମ୍ବ, ଜାମୁ, ଅଁଳା ପ୍ରମୁଖ ଔଷଧୀୟ ଅନେକ ଗଛ ସବୁ ଏହି କ୍ୟାମ୍ପାସ ରେ ଲଗାଯାଇଛି l ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ସଂଗଠନ ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ, ଗରିବ ଲୋଇ, ଇନ୍ଦୁମତୀ ପୁରୋହିତ, ବୈକୁଣ୍ଠ ଶତପଥୀ, ପ୍ରହଲ୍ଲାଦ ମିଶ୍ର, ତରଣୀ ମେହେର, ପ୍ରମୋଦ ସାହୁ, ଦିଲ୍ଲୀପ ଭୁକ୍ତl, ଗୋକୁଳ ଠାକୁର, ମନୋଜ ପଣ୍ଡା, ମନୋରଞ୍ଜନ ତ୍ରିପାଠୀ, ଲେପ୍ରା ସୋସାଇଟି ର ନୃସିହଁ ମିଶ୍ର ଓ କର୍ମଚାରି ଙ୍କ ସମେତ ସ୍ୱଚ୍ଛ ଭାରତ କର୍ମକର୍ତ୍ତା ଯୋଗ ଦେଇଥିଲେ l ପ୍ରକାଶ ଥାଉ କି ଯେ ୨୦୧୫/୧୬ ରେ ଅବହେଳିତ ହୋଇ ପଡି ରହିଥିବା ସୋନପୁର ଫରେଷ୍ଟ ପାର୍କ ର ୫୦୦ରୁ ଉର୍ଦ୍ଧ୍ଵ ଗଛ ସବୁ କୁ ପ୍ରଚଣ୍ଡ ରୌଦ୍ର ତାପ ବେଳେ ନଳ କୂପ ପାଣି ଦେଇ ଏଇ ସଂଗଠନ ମର୍ନିଙ୍ଗ ୱlକର ଙ୍କୁ ସାମିଲ କରି ଗଛ ସବୁ କୁ ପୁନର୍ଜନମ ଦେଇଥିଲେ l