ଡୁଙ୍ଗୁରିପାଲି କୁଶଲେଶ୍ୱର ହାଇସ୍କୁଲ ଖେଳ ପଡ଼ିଆ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ -1 Best Tree Plantation Programme

0
65
କୁଶଲେଶ୍ୱର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୧/୦୭) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ମହକୁମା ବିଶିମୁଣ୍ଡା ଗ୍ରାମପଞ୍ଚାୟତ ର ଡୁଙ୍ଗୁରିପାଲି ଠାରେ ଅବସ୍ଥିତ କୁଶଲେଶ୍ୱର ହାଇସ୍କୁଲ ଖେଳ ପଡ଼ିଆ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆଜି କୁଶଲେଶ୍ୱର ହାଇସ୍କୁଲ ଖେଳ ପଡ଼ିଆର ପାଚେରୀ ଚାରି ପାଖରେ ୫୦୦ ଟି ଗଛ ଲଗାଯାଇଛି । ଆଜି ହାଇସ୍କୁଲ ର ଶିକ୍ଷକ ବାବୁଲାଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଖେଳ ଶିକ୍ଷକ ଜୟନାରାୟଣ ମିଶ୍ର, ଚୌଧୁରୀ ବିଭାର, ଚମାର ବାଘ, 5T ହାଇସ୍କୁଲ ପରିଚାଳନା କମିଟିର ସଭାପତି ଈଶ୍ୱରଚନ୍ଦ୍ର ପଲିଆ, ସମାଜସେବୀ ରମେଶ ମିଶ୍ର, , ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର, ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଗଜପତି ସୁନା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ଯୁବ ସ୍ୱେଚ୍ଛାସେବୀ ସଂଗଠନ ହେଲପିଙ୍ଗ ୟୁଥ ଫାଉଣ୍ଡେସନ ର ସଭାପତି ଜ୍ୟୋତି ରଞ୍ଜନ କୁଶଳ ଉପସ୍ଥିତ ଥିଲେ । କୁଶଲେଶ୍ୱର ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ଓ ଅନେକ ଛାତ୍ର ଛାତ୍ରୀ ମାନେ ଗଛ ଲଗାଇ ଥିଲେ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।