1. Big News : ବ୍ଲାକ ମେଲିଂ ଶିକାର ହେବା ପରେ ପେଟରେ ୫୦ ଥର କଇଁଚି ଭୁସିଲେ ବିବାହିତ ବ୍ୟକ୍ତି

0
70
ବ୍ଲାକ ମେଲିଂ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୨/୦୭) : ନ୍ୟୁଡ୍ କଲ୍ ର କରୁଣ ପରିଣତି । ବ୍ଲାକ ମେଲିଂ ଶିକାର ହେବା ପରେ ପେଟରେ କଇଁଚି ଭୁସି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି ବ୍ୟକ୍ତି ।

ବ୍ଲାକ ମେଲିଂ ଶିକାର ହେବା ପରେ ପେଟରେ ୫୦ ଥର କଇଁଚି ଭୁସିଲେ ବିବାହିତ ବ୍ୟକ୍ତି : ୫୦ ଥର ନିଜ ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଢେଙ୍କାନାଳର ଦଣ୍ଡ ଧର ବାରିକ । ନୟାପଲ୍ଲୀ N-1 ରେ ନିଜର ଦୁଇ ପିଲାଙ୍କ ସହ ନିଜ ସ୍ତ୍ରୀ ସହ ରୁହନ୍ତି ଦଣ୍ଡଧର ବାରିକ । ୩ ଦିନ ତଳେ ହଠାତ ଦଣ୍ଡଙ୍କ ସହ ଫେସବୁକରେ ଚାଟିଂ କରିଥିଲେ ଅଜଣା ଯୁବତୀ । ଆଉ ଏହାପରେ ହ୍ଵାଟ୍ସଆପରେ ଭିଡ଼ିଓ କଲ କରିଥିଲେ ଅଜଣା ଯୁବତୀ । ଦଣ୍ଡଧର ଯୁବତୀ ଜଣଙ୍କୁ ବାରଣ କରିବା ସତ୍ତ୍ଵେ ବି ଭିଡ଼ିଓ କଲ୍ ରେ କଥା ହେଇଥିଲେ ଯୁବତୀ ।

ଆଉ ଏହି ସମୟରେ ସ୍କ୍ରୀନ ରେକଡ଼ିଂ କରି ଦଣ୍ଡଙ୍କୁ ବ୍ଲାକ ମେଲିଂ କରିବା ସହ ମୋଟା ଅଙ୍କର ଟଙ୍କା ମାଗିଥିଲେ ଅଜଣା ଯୁବତୀ । ଉପାୟ ନପାଇ ସାଇବର ଥାନାକୁ ବ୍ଲାକ ମେଲିଂ ଅଭିଯୋଗ ନେଇ ଯାଇଥିଲେ ଦଣ୍ଡଧର । କିନ୍ତୁ ପୋଲିସ ସହଯୋଗ କରିବା ବଦଳରେ ଦଣ୍ତଙ୍କ ମଜାକ ଉଡ଼େଇଥିଲେ । ଫଳରେ ଉପାୟ ଶୂନ୍ୟ ହୋଇ ଦଣ୍ଡଧର ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବେହୋସ ଅବସ୍ଥାରେ ଦଣ୍ତଙ୍କୁ ତାଙ୍କ ଦୋକାନରୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଛି ।