ପ୍ରାର୍ଥନା କ୍ଲାସରେ ଛାତ୍ରଙ୍କ ଛାତିକୁ ବିଧା ମାରିଲେ ଦିଦି-1. Unbelievable News: Crossing the chest of a student in prayer class

0
77
ଦିଦି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୩/୦୭) : ଡେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ରେ ଅଭାବନୀୟ ଘଟଣା । ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦେଲେ ଦିଦି ।

କଙ୍କଡାହାଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାର୍ଥନା କ୍ଲାସ ବେଳେ ଦିଦି ଛାତ୍ରଙ୍କୁ ବିଧା ମାରିବାରୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ଛାତ୍ର । ଗୁରୁତର ଛାତ୍ର ଜଣଙ୍କ ହେଉଛନ୍ତି ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଗଣପତି ମହାନ୍ତ । ଛାତିରେ ଗଭୀର ଯନ୍ତ୍ରଣା ଲାଗିଥିବାରୁ କାମାକ୍ଷାନଗର ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ବିଦ୍ୟାଳୟର ମିସ୍ ମାମା ଛାତ୍ର ଜଣଙ୍କୁ ପ୍ରାର୍ଥନା କ୍ଲାସରେ ନଖ ଦେଖାଇବା ବେଳେ ଛାତିକୁ ବିଧା ମାଡ଼ କରିଥିବା ଜଣାପଡ଼ିଛି । ତେବେ ଛାତ୍ରର ଛାତିରେ ଗଭୀର ଯନ୍ତ୍ରଣା ଲାଗିଥିବା ସୂଚନା ରହିଛି । ପରିବାର ଲୋକେ ଖବର ପାଇ ଛାତ୍ର ଜଣଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଘଟଣାଟିକୁ ତଦନ୍ତ ପରେ ଆକ୍ସନ ନେବାକୁ କଙ୍କଡାହାଡ଼ ବ୍ଲକ ଶିକ୍ଷାଧିକାରୀ ମତବ୍ୟକ୍ତ କରିଛନ୍ତି ।