ବିଶ୍ଵସ୍ତରୀୟ ସ୍ଵାସ୍ଥ୍ୟସେବାକୁ ଶକ୍ତ ଧକ୍କା, ମୋବାଇଲ ଲାଇଟରେ ଚିକିତ୍ସା

0
63

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୪/୦୭) : ପୁଣି ଥରେ ବିଶ୍ଵସ୍ତରୀୟ ସ୍ଵାସ୍ଥ୍ୟସେବାକୁ ଶକ୍ତ ଧକ୍କା। ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀ ସେବା

ବଲାଙ୍ଗିର ପାଟଣାଗଡ଼ ଉପଖଣ୍ଡ ବେଲପଡ଼ାରେ ଥିବା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା । ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଲାଇଟ ନ ଥିବାରୁ ଦେଖିବାକୁ ମିଳିଛି ଏପରି ଚିତ୍ର । ସୂଚନା ଅନୁସାରେ ଗତକାଲି ବେଳପଡା ତାରିଣୀ ମନ୍ଦିର ନିକଟରେ ଏକ ବାଇକ ଦୁର୍ଘଟଣାରେ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଅଞ୍ଚଳର ଜଣେ ଯୁବକ ଆହତ ହୋଇଥିଲେ । ତାଙ୍କୁ କିଛି ଲୋକେ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତରଖାନାରେ ଲାଇନ ନ ଥିବାରୁ ଡାକ୍ତର ମୋବାଇଲର ଲାଇଟରେ ଚିକିତ୍ସା କରିଥିଲେ । କେବଳ ଏହି ଘଟଣା ନୁହେଁ, ଅନେକ ସମୟରେ ରୋଗୀ ଓ ସମ୍ପର୍କୀୟ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଉକ୍ତ ଅଂଚଳର ଅନେକ ଗାଁ’ର ଲୋକେ ନିର୍ଭର କରିଥାନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।