ଗାୟତ୍ରୀ ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

0
58

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୪/୭) : ଆଜି ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟରେ ମୁଖ୍ଯ ନିର୍ବାଚନ ଆୟୋଗ,ଓଡ଼ିଶା ଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ସ୍ବାକ୍ଷରତା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 07 14 at 17.23.53 ଗାୟତ୍ରୀ ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ଇଲେକ୍ଟ୍ରୋଲ ଲିଟରେସି କ୍ଲବ୍ (ଇ ଏଲ ସି) ନାମରେ ଏକ ଗ୍ରୁପ ନୁତନ ଭୋଟର ଅଧିକାର ସାବ୍ୟସ୍ତ କରିବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଗଠନ କରାଯାଇଥିଲା । ପ୍ରଶାସନିକ ଅଧିକାରୀ ପି.ଭି କୋଟେଶ୍ୱର ରାଓଙ୍କ ଅଧ୍ଯକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରିନ୍ସିପାଲ ଡଃ.ପ୍ରକାଶ ଚନ୍ଦ୍ର ସେନାପତି,ଡଃ.କାହ୍ନୁଚରଣ ଚରଣ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । ଜଣେ ବ୍ୟକ୍ତି ୧୮ ବର୍ଷରେ ପଦାର୍ପଣ କରିବା ପରେ ଭୋଟର ହିସାବରେ ପରିଗଣିତ ହୁଏ । ସେ ଭୋଟଦେବା ଦ୍ବାରା ଦେଶର ଜନନାୟକ ନିର୍ବାଚିତ ହୁଅନ୍ତି ଏବଂ ଦେଶ ଶାସନର ଦାଇତ୍ବ ନେଇଥାନ୍ତି । ଏଣୁ ସମସ୍ତ ଭୋଟର ନିଜର ମତ ସାବ୍ୟସ୍ତ କରିବା ଉଚିତ ବୋଲି ପ୍ରିନ୍ସିପାଲ ଡଃ.ସେନାପତି ନିଜ ଅଭିଭାଷଣରେ କହିଥିଲେ । ସେହିପରି ସମସ୍ତ ଭୋଟର ସଚେତନ ହୋଇ ନିଜ ନିଜର ମତଦାନ ଏବଂ ଅଧିକାର ସାବ୍ୟସ୍ତ କରିବା ଜରୁରି ବୋଲି ପ୍ରଶାସନିକ ଅଧିକାରୀ ପି.ଭି କୋଟେଶ୍ୱର ରାଓ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଯୋଗଦେଇଥିଲେ । ସୌମ୍ଯ ବିଶ୍ବାଳ ଓ ରାଜିବ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।