1. Big Accident News: ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବତୀ ମୃତ

0
81
ବିଦ୍ୟୁତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୦୭) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବଲାରଙ୍ଗା ଗ୍ରାମରେ ଆଜି ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବତୀ ମୃତ ଏକ ଅଭାବନୀୟ ଘଟଣା ଘଟିଯାଇଛି ।

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବତୀ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ଝିଲି ବଗର୍ତ୍ତୀ (୨୦) । ସୂଚନା ଅନୁସାରେ ତାଙ୍କ ଘରେ ଟେବୁଲ ଫ୍ୟାନ ଘୁରୁଥିବା ବେଳେ ଟେବୁଲ ଫ୍ୟାନକୁ ଧରିବାରୁ ସେଥିରେ କରେଣ୍ଟ ଆସି ଆଘାତ ପାଇ ପଡ଼ିଯାଇଥିଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ ବିନିକା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ହେଳେ ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ବିନିକା ଥାନାରେ ଏକ ଅପମୃତ୍ୟ ମାମଲା ରୁଜ୍ଜୁ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି । ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ‌।