Big Crime: ଖଟ ବୁଲାଇ 3 ପରିବାରକୁ ଚୋର ସଜାଇଲେ ଗ୍ରାମବାସୀ

1
62
ଖଟ ବୁଲାଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ , (୧୬/୦୭) : ଖଟ ବୁଲାଇ 3 ପରିବାରକୁ ଚୋର ସଜାଇଲେ ଗ୍ରାମବାସୀ – କଙ୍ଗାରୁ କୋର୍ଟର କରୁଣ ପରିଣତି । ୨ ଟି ସୁନାହାର ଓ ୨୦ ହଜାର ଟଙ୍କା ଚୋରି ପାଇଁ ଗାଁ’କୁ ଡାକିଲେ ଗୁଣିଆ ।

ଖଟ ବୁଲାଇ 3 ପରିବାରକୁ ଚୋର ସଜାଇଲେ ଗ୍ରାମବାସୀ – ଖଟ ଦେବତା ପୂଜା କରାଇ ଗ୍ରାମର ୩ ପରିବାରଙ୍କୁ ଚୋର ସଜାଇ ୧ ଲକ୍ଷ ଜରିମାନା ସହ ନିଆଁପାଣି ବାସନ୍ଦ କଲେ ଗ୍ରାମବସୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ସାମ୍ପୋଚ ପଞ୍ଚାୟତ ଅନ୍ତର୍ଗତ ଫକୀରପୁର ଗ୍ରାମରୁ । ଆଜକୁ ୧୪ ମାସ ତଳେ ସୁକାନ୍ତ ଭୋକ୍ତାଙ୍କ ଘରୁ ୨ ସୁନାହାର ଓ ୨୦ ହଜାର ଟଙ୍କା ଚୋରି ହୋଇଥିଲା । ଏ ନେଇ ପୋଲିସରେ ଅଭିଯୋଗ ନକରି ଗ୍ରାମ୍ୟ କମିଟିକୁ ଲିଖିତ ଅଭିଯୋଗ କରିଥିଲେ ଭୋକ୍ତା । ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତି କରି ଅନ୍ଧବିଶ୍ୱାସର ବସବର୍ତୀ ହୋଇ ନୟାଗଡ଼ ଜିଲ୍ଲା ମଧ୍ୟଖଣ୍ଡ ଅଞ୍ଚଳରୁ ଏକ ଗୁଣିଆ ଚୋର ଧରିବା ପାଇଁ ଆଣିଥିଲେ । ଗୁଣି ଗରେଣି ବାବଦକୁ ଗୁଣିଆକୁ ୨ ଲକ୍ଷ ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ ଗୁଣିଆ ଆସିବା ପରେ ଗ୍ରାମର ସମସ୍ତ ମୋବାଇଲ ଗ୍ରାମବାସୀ ଜବତ କରିବା ସହିତ ଗାଁରେ ଅସ୍ଥାୟୀ ଅଲୋକୀକରଣ କରିଥିଲେ ।

ଗ୍ରାମରେ ଖଟ ପୂଜାର୍ଚ୍ଚନା କରି ଖଟ ବୁଲାଇବା ବେଳେ ଗ୍ରାମର ନାରାୟଣ ବାରିକ ଓ ବିଜୟ ପ୍ରଧାନଙ୍କ ଦେହରେ ଖଟ ବାଜିବା ପରେ ଉକ୍ତ ଦୁଇ ପରିବାରଙ୍କୁ ଚୋର ଆଖ୍ୟା ଦେଇ ଏକ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଗ୍ରାମ୍ୟ କମିଟି ଅଡ଼ି ବସିଥିବା ବେଳେ ଗ୍ରାମ୍ୟ କମିଟି ସଭାପତି ଏହାକୁ ବାରଣ କରିବା ସହ ପୋଲିସର ସହାୟତା ନେବାକୁ କହିବାରୁ ଶ୍ରୀ ମାଝୀଙ୍କୁ ମଧ୍ୟ ଏକ ଲକ୍ଷ ଟଙ୍କା ଜରିମାନା ସାଙ୍ଗକୁ ନିଆଁପାଣି ବାସନ୍ଦ କରିଥିଲେ ଗ୍ରାମବସୀ । ଏତିକିରେ ରାଗ ଶାନ୍ତ ହୋଇ ନଥିଲା ଗ୍ରାମବାସୀଙ୍କ ଶ୍ରୀ ମାଝୀଙ୍କ ଧାନ ଗଦାରେ ଗ୍ରାମବାସୀ ନିଆଁ ଲଗାଇଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଏ ନେଇ ଉକ୍ତ ୩ ପରିବାର ଲୋକେ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି କୌଣସି ସୁଫଳ ମିଳିନଥିବା ବେଳେ ନୂତନ ଜିଲାପାଳ ଯୋଗ ଦେବା ପରେ ପୁଣି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଏହି ୩ ପରିବାର ଲୋକେ । ତେବେ ଏହି ତିନି ପରିବାରକୁ ନ୍ୟାୟ ମିଳୁଛି କି ନାହିଁ ତାକୁ ଅପେକ୍ଷା ।

1 COMMENT

Comments are closed.