1 Best News: ଅରେଞ୍ଜ ୱାର୍ଣ୍ଣିଂ- ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

0
60
ଅରେଞ୍ଜ ୱାର୍ଣ୍ଣିଂ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୬/୦୭) : ଅରେଞ୍ଜ ୱାର୍ଣ୍ଣିଂ- ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ ।

ଯାହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୭ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ଏଥିସହ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ।

ଏହା ପ୍ରଭାବରେ ୧୯ରୁ ପୁଣି ବର୍ଷା ବଢ଼ିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସତର୍କ ରହିବାକୁ ସବୁ ଜିଲ୍ଲାପାଳ ଓ ମୁନ୍ୟିସିପାଲ୍ କମିଶନରଙ୍କୁ ପରାମର୍ଶ ଦେଇଛନ୍ତି SRC । ତଳିଆ ସ୍ଥାନରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ଜଳବନ୍ଦୀ ସମସ୍ୟା ଉପୁଜିପାରେ । ଡ୍ରେନ୍‌ ଓ ରାସ୍ତା ବର୍ଷା ପାଣି ଦ୍ବାରା ଜଳମଗ୍ନ ହୋଇପାରେ । ଏଭଳି ପରିସ୍ଥିତିରେ ତଳିଆ ଅଞ୍ଚଳରେ ରହିଥିବା ଲୋକଙ୍କୁ ସାମୟିକ ଭାବେ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରେ ।