1. best Education: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ସ୍କୁଲ କୋଠରୀ ଭିତରେ ଲହଡା ମାରୁଛି ପାଣି

0
84
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ଇଟା ଉପରେ ବସି ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ
ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର (୧୭/୦୭): ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର- ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଲଘୁଚାପଜନିତ ବର୍ଷାରେ ୧୬୫.୨ ମିମି ବର୍ଷା ହେଇଛି । ପ୍ରବଳ ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଳେ ଏମିତି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ଯେ ସ୍କୁଲ କୋଠରୀ ଭିତରେ ପାଣି ଜମି ରହିଥିବାରୁ ଇଟା ଉପରେ ବସି ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ ।d35d1548 0584 46ba 840c ca7c69e34b08 1. best Education: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ସ୍କୁଲ କୋଠରୀ ଭିତରେ ଲହଡା ମାରୁଛି ପାଣି

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର- ଏମିତି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ବିନିକା ଏନଏସି ଅନ୍ତର୍ଗତ ୧୨ ନଂ ୱାର୍ଡ ନୁଆଁପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ । ଦୀର୍ଘ ବର୍ଷ ହେଲା ଅବ୍ୟବସ୍ଥା ଘେରରେ ଏହି ବିଦ୍ୟାଳୟ ଚାଲିଛି । ଏବେ ୨ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଆଜି ଉକ୍ତ ସ୍କୁଲ ର ଆଜବେଷ୍ଟସ ଭାଙ୍ଗି ଯାଇଥିବାରୁ ପାଣି ଗଲି ସ୍କୁଲ କୋଠରୀ ଭିତରେ ପାଣି ଲହଡା ମାରୁଛି । ବାଧ୍ୟ ହୋଇ ଶ୍ରେଣୀ କୋଠରୀ ନଥିବାରୁ ଛାତ୍ର ଛାତ୍ରୀ ମାନେ ଇଟା ଉପରେ ବସି ପାଠ ପଢୁଛନ୍ତି । ଏଭଳି ସମସ୍ୟା କୁ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି । ସରକାର ଶିକ୍ଷା କୁ ଗୁରୁତ୍ୱ ଦେଉଥିବା କହୁଥିବା ବେଳେ ଏଠାରେ ତାହାର ବିକଳ ଚିତ୍ର ଦେଖିବାକୁ ମିଳିଛି ।

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର- ଏହି ବିଦ୍ୟାଳୟ ରେ ଗୋଟିଏ ଶ୍ରେଣୀ କୋଠରୀ ଏବଂ ଆଉ ଗୋଟିଏ ପୁରୁଣା ଭଙ୍ଗା ଆଜବେଷ୍ଟସ କୋଠରୀ ରେ ଚାଲିଛି ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା । ଏହି ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮୮ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶ୍ରେଣୀ କୋଠରୀ ଅଭାବ ରୁ ଛାତ୍ର ଛାତ୍ରୀ ମାନଙ୍କୁ ବାରଣ୍ଡା ରେ ମଧ୍ୟ ପାଠ ପଢାଇବାକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବାଧ୍ୟ ହେଉଛନ୍ତି । ସେହିପରି ୨୦୦୮ ମସିହାରୁ ଆରମ୍ଭ ହୋଇଥିବା ରୋଷଇ ଘର ମଧ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏଥିଯୋଗୁଁ ରୋଷଇ କରିବା ପାଇଁ ଅସୁବିଧା ହେଉଥିବା ବେଳେ ବର୍ଷା ଦିନ କଥାତ ନକହିଲେ ଭଲ ବୋଲି ଅଭିଯୋଗ ହେଉଛି । ସ୍କୁଲ ବାରଣ୍ଡା ରେ ଛାତ୍ର ଛାତ୍ରୀ ମାନଙ୍କୁ ନ ବସାଇ ବାକୁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ନିର୍ଦ୍ଧେଶ ହୋଇଥିବା ବେଳେ ଶ୍ରେଣୀ ଗୃହ ଅଭାବ ରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବାରଣ୍ଡା ରେ ବସାଇବାକୁ ବାଧ୍ୟ ହେଉଛନ୍ତି ।

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର- ଏହି ସ୍କୁଲ ସମସ୍ୟା ନେଇ ଗ୍ରାମବାସୀ ବିଗତ ଦିନରେ ବହୁଥର ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଉପଯୁକ୍ତ ପଦକ୍ଷେପ ନେବାପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ । ହେଳେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି । ସେହିପରି ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ,ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଛି । ହେଳେ କେହି କିଛି ପଦକ୍ଷେପ ଗ୍ରହଣ ନକରିବା ଦୁର୍ଭାଗ୍ୟ ଜନକ କଥା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସେପଟେ ସରକାର ଖାଲି ୫ -ଟି ସ୍କୁଲ କରି ହାଇସ୍କୁଲ ଗୁଡିକୁ ରୂପାନ୍ତରିତ କରୁଛନ୍ତି । ହେଳେ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ଭୁଲି ଯାଉଛନ୍ତି ବୋଲି ଅଭିଯୋଗ ହେଉଛି । ଯଦି ତୁରନ୍ତ ଏହି ସ୍କୁଲ ରେ ନୂତନ କୋଠରୀ ପାଇଁ ଅନୁଦାନ ଯୋଗାଇ ଦିଆନଯାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀ ଚେତାବନି ଦେଇଛନ୍ତି । ଏସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଙ୍କୁ ପଚାରିବାରୁ ବିନିକା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।