ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼, ୩ ଭାଇ ଗୁରୁତର

0
62

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୨୧/୦୭) : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଗାଁ’ରେ ଗତକାଲି ବୋମାମାଡ଼ ହୋଇଛି । ବୋମାମାଡରେ ୩ ଜଣ ଗୁରୁତର ହୋଇଛନ୍ତି ।

ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ଶଶିକାନ୍ତି ଷଡ଼ଙ୍ଗୀ ଓ ତାଙ୍କର ଦୁଇ ଭାଇ । ଅଭିଯୁକ୍ତ ସିନିବାସ ବେହେରାକୁ ପୁଲିସ ଅଟକ ରଖିଛି । ଶଶିକାନ୍ତଙ୍କର ଟାକରା ଛକରେ ପାନ ଦୋକନ ରହିଛି । ସିନିବାସଙ୍କର ମଧ୍ୟ ସେହି ଛକରେ ଦୋକାନ ରହିଛି । ଶଶିକାନ୍ତ ଓ ସନିବାସଙ୍କର କୌଣସି ପୂର୍ବରୁ ଝଗଡ଼ା ହୋଇଥିଲା । ଗତକାଲି ରାତିରେ ଶଶିକାନ୍ତ ଓ ତାଙ୍କର ଦୁଇ ଭାଇ ଦୋକାନରେ ଥିବା ବେଳେ ସିନିବାସ ଆସି ଦୋକାନ ଉପରେ ବୋମାମାଡ଼ କରିଥିଲେ । ବୋମାମାଡ଼ ହେବାରୁ ଶଶିକାନ୍ତ ଓ ତାଙ୍କ ଦୁଇ ଦୋକାନ ଭିତରୁ ବାହାରି ଆସିଥିଲେ । ସିନିବାସ ତାଙ୍କ ଉପରେ ପୁଣି ବୋମାମାଡ଼ କରିଥିଲେ । ନିକଟରେ ଥିବା ଦୋକାନୀ ଘଟଣାସ୍ଥଳରେ ପହଞ୍ଚି ସିନିବାସକୁ କାବୁ କରିଥିଲେ । ଶଶିକାନ୍ତଙ୍କ ସହ ତାଙ୍କ ଦୁଇ ଭାଇଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ପୁଲିସ ପହଞ୍ଚି ସିନିବାସକୁ ଥାନାକୁ ନେଇ ପଚରାଉଚରା କରୁଛି ଓ ଘଟଣା ତଦନ୍ତ କରୁଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଥିବା ଜଣାପଡ଼ିଛି ।